Advertisement
Article Detail0/zeeodisha/odisha684839
Zee OdishaOdisha Khabarଆଉ ୮୬ କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି

ଆଉ ୮୬ କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି

 ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁର ଜିଲ୍ଲାର ଅଛନ୍ତି । 

ଆଉ ୮୬ କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୮୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି । ତେବେ ନୂଆ ମାମଲା ମଧ୍ୟରୁ ୮୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି । ବାକି ୬ ମଧ୍ୟରୁ ୫ ଜଣ ସ୍ଥୀନୟ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ କଣ୍ଟେନମେଣ୍ଟ ଜୋନର । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । 

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁର ଜିଲ୍ଲାର ଅଛନ୍ତି । ଯାଜପୁରରୁ ନୂଆ ୪୬ଟି ମାମଲା ଆସିଛି । ଆଉ ଏହାସହ ଆକ୍ରାନ୍ତଙ୍କ ସଂଖ୍ୟାରେ ୨ଶହ ପାର କରିୀଛି ଯାଜପୁର । ସେହିପରି କଟକରୁ ୧୧, ନୟାଗଡ଼ରୁ ୬, ଗଞ୍ଜାମରୁ ୫, ଭଦ୍ରକରୁ ୩, ବାଲେଶ୍ୱରରୁ ୩, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୩, ପୁରୀରୁ ୩, ବଲାଙ୍ଗୀରରୁ ୨ ଏବଂ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  

ଏବେ ନଜର ପକାନ୍ତୁ ରାଜ୍ୟ ଡ୍ୟାସବୋର୍ଡ ଉପରେ । ରାଜ୍ୟରେ କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨ ରହିଛି । ସେହିପରି ଦ୍ୱିତୀୟରେ ଯାଜପୁର(୨୨୫) ରହିଛି । ବାଲେଶ୍ୱରରେ ୧୨୫, ଭଦ୍ରକରେ ୯୮, ଖୋର୍ଦ୍ଧାରେ ୭୪, କଟକରେ ୫୬, ପୁରୀରେ ୪୮, କେନ୍ଦ୍ରାପଡ଼ାରେ ୪୦, ବୌଦ୍ଧରେ ୩୩, ଜଗତସିଂହପୁରରେ ୩୦, ସୁନ୍ଦରଗଡ଼ରେ ୨୮, ନୟାଗଡ଼ରେ ୨୭, ଅନୁଗୋଳରେ ୧୯, ମୟୂରଭଞ୍ଜରେ ୧୪, କଳାହାଣ୍ଡିରେ ୧୩, କେନ୍ଦୁଝରରେ ୧୧, ବଲାଙ୍ଗୀରରେ ୮, ସମ୍ବଲପୁରରେ ୫, କନ୍ଧମାଳରେ ୩, ମାଲକାନଗିରିରେ ୩, ଝାରସୁଗୁଡ଼ା ୨, ଦେବଗଡ଼ ୨, ଢ଼େଙ୍କାନାଳ ୨ ଏବଂ କୋରାପୁଟରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଲେଣି । 

Add Zee News as a Preferred Source

ଏପର୍ଯ୍ୟନ୍ତ ରାଜ୍ୟରେ ୧୧୮୯ ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୭୮୯ଟି ଆକ୍ସିଭ କେସ ରହିଛି । 

About the Author