ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨୫,୩୮୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୪୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
Trending Photos
ଭୁବନେଶ୍ୱର: ରାଜ୍ୟରେ କୋରୋନା ଭୂତାଣୁର ସଙ୍କଟ ଜାରି ରହିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଅନ୍ୟପକ୍ଷେ ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଏହା ଯେ, ରାଜ୍ୟରେ କ୍ରମାଗତ ସଂକ୍ରମିତଙ୍କ ସୁସ୍ଥ ହେବା ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ପୁଣି ରେକର୍ଡ ସଂଖ୍ୟକ ୮୬୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬,୭୯୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱଟ୍ କରି ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ସର୍ବାଧିକ ୪୩୨ ଜଣ, ରାୟଗଡାରୁ ୧୩୭ ଜଣ, ବରଗଡରୁ ୩୧ ଜଣ, ଖୋର୍ଦ୍ଧାରୁ ୨୮ ଜଣ, କଟକରୁ ୨୬ ଜଣ, କେନ୍ଦୁଝରରୁ ୨୬ ଜଣ, ଭଦ୍ରକରୁ ୨୩ ଜଣ, ମୟୂରଭଞ୍ଜରୁ ୨୨ ଜଣ, ଯାଜପୁରରୁ ୧୯ ଜଣ, କନ୍ଧମାଳରୁ ୧୫ ଜଣ, ଗଜପତି ଓ ସମ୍ୱଲପୁରରୁ ୧୪-୧୪ ଜଣ, ଜଗତସିଂପୁରରୁ ୧୨ ଜଣ, ଢେଙ୍କାନାଳରୁ ୧୦ ଜଣ, ସୁନ୍ଦରଗଡରୁ ୧୦ ଜଣ, ନୟାଗଡରୁ ୭ ଜଣ, ବାଲେଶ୍ୱର, କେନ୍ଦ୍ରାପଡା ଏବଂ ମାଲକାନଗିରିରୁ ୬-୬ ଜଣ, ଝାରସୁଗୁଡା ଓ କୋରାପୁଟରୁ ୫-୫ ଜଣ, ବଲାଙ୍ଗିରରୁ ୪ ଜଣ, ପୁରୀରୁ ୩ ଜଣ, ବୌଦ୍ଧ ୨ ଜଣ ଏବଂ ସୁବର୍ଣ୍ଣପୁରରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
Happy to share that today we have achieved another high, with the recovery of 864 #COVID19 patients in a day.
The total recovered cases of Odisha now stand at 16792.
432 from Ganjam
137 from Rayagada
31 from Baragarh
28 from Khurdha
26 from Cuttack
26 from Keonjhar— H & FW Dept Odisha (@HFWOdisha) July 26, 2020
4 from Bolangir
3 from Puri
2 from Boudh
1 from Sonepur— H & FW Dept Odisha (@HFWOdisha) July 26, 2020
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨୫,୩୮୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୪୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି । ୧୫,୯୨୯ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଥିଲେ । ଏହା ବ୍ୟତୀତ ରାଜ୍ୟରେ ମୋଟ ୯,୨୮୬ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।