)
ନୟାଗଡ଼: କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ୩୨ବର୍ଷିୟ ଭଜକୃଷ୍ଣ ବେହେରା । ଗତ ୧୩ ତାରିଖରେ ସେ ସୁରତରୁ ଫେରିଥିଲେ । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ସେନେଇ ସ୍ପଷ୍ଟ ହୋଇପାରିନାହିଁ ।
ସୂଚନା ମୁତାବକ, ନୁଆଗାଁ ବାହାଡ଼ାଝୋଲା କ୍ୱାରେଣ୍ଟାଇନ ସେଣ୍ଟରରେ ଘଟିଛି ଏହି ଘଟଣା । ଗତ ୧୩ ତାରିଖରେ ସୁରତରୁ ଫେରି ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ ଭଜକୃଷ୍ଣ । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ସେନେଇ ତଦନ୍ତ ଆରମ୍ଭ ହୋଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।