)
ଅଜୟ ନାଥ, ସମ୍ୱଲପୁର: ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି । ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଭିକମପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ଆଜି(ଗୁରୁବାର) ଦିନ ବେଳେ ଜଣେ ଯୁବକ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ । ତାଙ୍କର ବୟସ ୩୦ ବର୍ଷ ହୋଇଥିବା ବେଳେ ତାଙ୍କର ନାମ କୃଷ୍ଣଚନ୍ଦ୍ର ମେହେର ବୋଲି ଜଣା ପଡ଼ିଛି ।
ଏ ବାବଦରେ ସମ୍ବଲପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ ଯାଇ ଘଟଣାସ୍ଥଳରେ ପହଂଚି ଥିଲା । ସମ୍ବଲପୁର ଅଗ୍ନିଶମ ବିଭାଗ ତରଫରୁ ଆଜି ସନ୍ଧ୍ୟା ୫ଟା ସମୟ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାର ସୂଚନା ।