ମିଶନ 'ODIA'ରେ ଓଡିଆଙ୍କ ମୁହଁରେ ହସ ଫୁଟାଇବେ ସବ୍ୟସାଚୀ
X

ମିଶନ 'ODIA'ରେ ଓଡିଆଙ୍କ ମୁହଁରେ ହସ ଫୁଟାଇବେ ସବ୍ୟସାଚୀ

 ବିଶ୍ୱର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା ଓଡିଆ ଡାକ୍ତରମାନେ ଓଡିଶାରୁ ଏକ ବିଶ୍ୱସ୍ତରୀୟ ଡାକ୍ତର ଗୋଷ୍ଠୀ ଗଠନ କରିବାକୁ ଏକ ବଡ ପଦକ୍ଷେପ ନେଇଛନ୍ତି। ଏହା ଏକ ସ୍ବେଚ୍ଛାକୃତ ମିଶନ। ଯେଉଁଥିରେ ଓଡିଶା ସରକାରଙ୍କ ସହ ମିଶି ଅଭିନେତା ସବ୍ୟସାଚୀ ମିଶ୍ର ଓଡିଶାବାସୀଙ୍କୁ ସାହାଯ୍ୟ କରୁଛନ୍ତି।

ମିଶନ 'ODIA'ରେ ଓଡିଆଙ୍କ ମୁହଁରେ ହସ ଫୁଟାଇବେ ସବ୍ୟସାଚୀ

ନୂଆଦିଲ୍ଲୀ: ଏବେ ବି ମହାମାରୀ କୋରୋନା କବଳରୁ ମୁକୁଳି ନାହିଁ ପୃଥିବୀ। କିନ୍ତୁ ଏହି ସଂକଟ ସମୟରେ ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ତଥା ମାନବିକତା ପାଇଁଙ୍କ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା ଓଡିଆ ଡାକ୍ତରମାନେ ଓଡିଶାରୁ ଏକ ବିଶ୍ୱସ୍ତରୀୟ ଡାକ୍ତର ଗୋଷ୍ଠୀ ଗଠନ କରିବାକୁ ଏକ ବଡ ପଦକ୍ଷେପ ନେଇଛନ୍ତି। ଏହା ଏକ ସ୍ବେଚ୍ଛାକୃତ ମିଶନ। ଯେଉଁଥିରେ ଓଡିଶା ସରକାରଙ୍କ ସହ ମିଶି ଅଭିନେତା ସବ୍ୟସାଚୀ ମିଶ୍ର ଓଡିଶାବାସୀଙ୍କୁ ସାହାଯ୍ୟ କରୁଛନ୍ତି।

ପ୍ରବାସୀ ଡାକ୍ତରଙ୍କୁ ନେଇ ଗଠନ କରାଯାଇଥିବା ସଂଗଠନକୁ ODIA ନାଁ ଦିଆଯାଇଛି। ଯାହାର ଫୁଲଫର୍ମ ହେଉଛି Odisha Doctors' International Association। ଆମେରିକାସ୍ଥିତ ଡାକ୍ତର ଦେବାଶିଷ ରାୟ କହିଛନ୍ତି ଯେ, ODIAରେ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ୟୁଏଇ, ଭାରତ, ଅନ୍ୟ ୟୁରୋପୀୟ ଏବଂ ଏସୀୟ ଦେଶଗୁଡ଼ିକର ଓଡିଆ ଡାକ୍ତରମାନେ ସାମିଲ ହୋଇଛନ୍ତି। ସେମାନେ ମିଳିତ ଭାବେ ଓଡିଶାବାସୀଙ୍କୁ ସାହାଯ୍ୟ କରିବା ପାଇଁ ଏକ ଉଚ୍ଚାଭିଳାଷୀ ମିଶନ ତଥା ଆକ୍ରମଣାତ୍ମକ ଦୃଷ୍ଟିକୋଣ ସହିତ ଏହି ମିଶନକୁ ଆରମ୍ଭ କରିଥିଲେ।"

Also Read: ରିଲ ହିରୋଙ୍କ ରିଅଲ ଲାଇଫ: ସାମ୍ବାଦିକଙ୍କ ଘରେ ହଠାତ ପହଞ୍ଚିଗଲେ ସବ୍ୟ, ଆଉ ତା'ପରେ...

ଲୋକପ୍ରିୟ ଓଡିଆ ଚଳଚ୍ଚିତ୍ର ତାରକା ସବ୍ୟସାଚୀ ମିଶ୍ର (Sabyasachi Mishra) ଙ୍କୁ ODIA ଗ୍ଲୋବାଲ ଟିମର Ambassador କରାଯାଇଛି। ଲକଡାଉନ୍ (Lockdown) ଏବଂ କୋଭିଡ୍ ସଙ୍କଟ ସମୟରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସବ୍ୟସାଚୀ ସାହାଯ୍ୟ କରିଛନ୍ତି। ଓଡିଶା (Odisha) ର ତୃଣମୂଳ ସ୍ତରରେ ସେ ଡାକ୍ତରଙ୍କ ଉଦ୍ୟମକୁ ଆଗେଇ ନେବେ। ODIAର ମୂଳ ଲକ୍ଷ୍ୟ ହେଉଛି ଓଡିଆଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା। ଏହି ମିଶନକୁ ଏକାଧିକ ଭାଗରେ ବିଭକ୍ତ କରାଯାଇଛି। ଆଉ ତାଲିକାର ଶୀର୍ଷରେ ପ୍ରତିଷେଧକ ସ୍ୱାସ୍ଥ୍ୟ ରହିଛି।

ମିଶନ 'ODIA'ରେ ଓଡିଆଙ୍କ ମୁହଁରେ ହସ ଫୁଟାଇବେ ସବ୍ୟସାଚୀ

ମିଶନ ODIAରେ ଟୀକାକରଣ (Vaccination), ମହିଳାଙ୍କ କର୍କଟ ସ୍କ୍ରିନିଂ, ମାତୃ ସ୍ୱାସ୍ଥ୍ୟ ପ୍ରୋତ୍ସାହନ, ରକ୍ତହୀନତା ଏବଂ ପୁଷ୍ଟିକର ସ୍କ୍ରିନିଂ, ମେଦବହୁଳତା ସଚେତନତା କାର୍ଯ୍ୟକ୍ରମ, ଦନ୍ତ ଏବଂ ଚକ୍ଷୁ ଚିକିତ୍ସା ଶିବିରକୁ ଅନ୍ତର୍ଭୁକ୍ତ କରାଯାଇଛି। ଶିଶୁ ମୃତ୍ୟୁହାର ରୋକିବା, ମହିଳା ସ୍ୱାସ୍ଥ୍ୟସେବା ଏବଂ ବୃଦ୍ଧଙ୍କୁ ଟୀକାକରଣ ଉପରେ ବି ଗୁରୁତ୍ୱ ଦିଆଯାଉଛି। ଜରୁରୀକାଳୀନ ପରିସ୍ଥିତି (emergency situation) ର ମୁକାବିଲା ଓ ରିଲିଫ କାର୍ଯ୍ୟ ପାଇଁ ମଧ୍ୟ ODIA ଦଳ ଗଠନ କରୁଛି ବୋଲି ଡାକ୍ତର ଦେବାଶିଷ ରାୟ କହିଛନ୍ତି।

Also Read: ମହରଗରୁ ଆସି କାନ୍ତାରରେ ହନ୍ତସନ୍ତ ! ସହାୟତାର ହାତ ବଢାଇଲେ ସବ୍ୟସାଚୀ

ODIA ମିଶନକୁ ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନ ମିଳିଛି। ଟେକ୍ ଗୁରୁ ତଥା ଭାରତୀୟ କମ୍ପୁଟରର ଜନକ କୁହାଯାଉଥିବା Sam Pitroda ମିଶନକୁ ନିଃସର୍ତ୍ତମୂଳକ ଭାବେ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି, "ଲୋକଙ୍କର ଚିକିତ୍ସା ପାଇଁ ଆଞ୍ଚଳିକ ଜ୍ଞାନ ଏବଂ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରଣାଳୀ (World Class Health Service) ର ବ୍ୟବହାର କରାଯାଉଛି। ଟେଲିମେଡିସିନ୍ ଏବଂ ସ୍ଥାନୀୟ କର୍ମଚାରୀଙ୍କ ଦକ୍ଷତା ତାଲିମ ଏହି ଶ୍ରେଷ୍ଠ ପ୍ରୟାସରେ ବହୁତ ସାହାଯ୍ୟ କରିବ।"

ସାଂସଦ ତଥା ପରୋପକାରୀ ଅଚ୍ୟୁତ ସାମନ୍ତ (Achyuta Samanta) ମଧ୍ୟ ODIA ମିଶନକୁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି, "ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇବା ହେଉଛି ଦକ୍ଷ ମାନବଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ। ମୁଁ ବିଶ୍ୱର ବିଭିନ୍ନ ସ୍ଥାନରୁ ଓଡିଆ ଡାକ୍ତରଙ୍କ ଉଦ୍ୟମକୁ ଦେଖି ଆନନ୍ଦୀତ।" ଦୁଃଖୀ ମୁହଁରେ ହସ ଫୁଟାଇ ଟିମ୍ ODIA ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ମୁଁ ଯଥାସମ୍ଭବ ଚେଷ୍ଟା କରିବି ବୋଲି ସବ୍ୟସାଚୀ ମିଶ୍ର କହିଛନ୍ତି। 

Trending news