ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ସେବା ଆରମ୍ଭ ହୋଇଛି ।
Trending Photos
)
ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଆଜିଠୁ ଆରମ୍ଭ ହେଲେ କୋଲକାତା-ଝାରସୁଗୁଡ଼ା, ଝାରସୁଗୁଡା-ଭୁବନେଶ୍ୱର ଓ ଝାରସୁଗୁଡ଼ା-କୋଲକାତା ବିମାନ ସେବା । ସମଗ୍ର ଦେଶରେ ଲକଡାଉନ ଯୋଗୁ ବିମାନ ସେବା ବନ୍ଦ ରହିଥିବେ ବେଳେ ଗତ ମାସ ୨୫ ତାରିଖରୁ ଏହା ପୁଣିଥରେ ଆରମ୍ଭ ହୋଇଥିଲା । ଏହି ସମୟରେ ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ ପାଇଁ ସ୍ପାଇସ ଜେଟ ବିମାନ ଚଳାଚଳ ଆରମ୍ଭ ହୋଇଥିଲେ । ହେଲେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଲଏନ୍ସ ଏୟାର ପକ୍ଷରୁ ଝାରସୁଗୁଡା-ଭୁବନେଶ୍ୱର-କୋଲକତାକୁ ବିମାନ ସେବା ସ୍ଥଗିତ କରାଯାଇଥିଲା । ଯାହା ଆଜିଠୁ ଆରମ୍ଭ ହୋଇଛି ।
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ସେବା ଆରମ୍ଭ ହୋଇଛି । କୋଲକାତାରୁ ଭୋର ୫.୫୫ ମିନିଟରେ ବିମାନ ଉଡ଼ାଣ ଭରିଥିବା ବେଳେ ଝାରସୁଗୁଡାରେ ୭.୩୫ରେ ପହଞ୍ଚିଛି । ସେହିପରି ଝାରସୁଗୁଡାରୁ ୮.୧୦ରେ ବିମାନ ଉଡ଼ାଣ ଭରି ଭୁବନେଶ୍ୱରରେ ୯ଟା ୧୫ରେ ପହଞ୍ଚିଛି ।
ପୁଣି ଭୁବନେଶ୍ୱରରୁ ୯ଟା ୪୫ରେ ଝାରସୁଗୁଡ଼ା ଅଭିମୁଖେ ବାହାରିବ ଏହି ବିମାନ । ଝାରସୁଗୁଡ଼ାରେ ୧୦ଟା ୫୦ରେ ପହଞ୍ଚିବ । ସେହିପରି ୧୧ଟା ୩୦ରେ ଝାରସୁଗୁଡାରୁ କୋଲକାତା ଅଭିମୁଖେ ବାହାରିବ ।
ପ୍ରଥମ ଦିନରେ ଝାରସୁଗୁଡାରୁ ଭୁବନେଶ୍ୱର ପାଇଁ ୧୨ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ, ୨୩ ଜଣ ଯାତ୍ରୀ ଝାରସୁଗୁଡା ଆସିବେ ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ସେହିପରି କୋଲକାତାରୁ ଝାରସୁଗୁଡାକୁ ୭ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ଝାରସୁଗୁଡାରୁ କଲିକତାକୁ ୨୪ଜଣ ଯାତ୍ରୀ ଯାଉଛନ୍ତି ।