ବୈଠକ ଆରମ୍ଭରୁ ସହିଦମାନଙ୍କ ଆତ୍ମାର ସଦଗତି ପାଇଁ ଅଣାଯିବ ଶୋକ ପ୍ରସ୍ତାବ । ଶୋକ ପ୍ରସ୍ତାବ ପରେ ଆରମ୍ଭ ହେବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ।
Trending Photos
)
ଭୁବନେଶ୍ୱର: ଆରମ୍ଭ ହେଲା ଜରୁରୀକାଳୀନ କ୍ୟାବିନେଟ ବୈଠକ । ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବୈଠକ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଆଡ଼ଭୋକେଟ ଜେନେରାଲ ଅଶୋକ ପରିଜା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣ କୁମାର, ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର ଓ କ୍ୟାବିନେଟ ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରଥଯାତ୍ରା ନେଇ ସ୍ପଷ୍ଟ ଆଭିମୁଖ୍ୟ ରଖିପାରନ୍ତି ସରକାର । ବୈଠକ ଆରମ୍ଭରୁ ସହିଦମାନଙ୍କ ଆତ୍ମାର ସଦଗତି ପାଇଁ ଅଣାଯିବ ଶୋକ ପ୍ରସ୍ତାବ । ଶୋକ ପ୍ରସ୍ତାବ ପରେ ଆରମ୍ଭ ହେବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ସୁପ୍ରିକୋର୍ଟରେ ରଥଯାତ୍ରା ଉପରେ ରୋକ ଲଗାଇବା ପାଇଁ ଏକ ଯାଚିକା ଦାଖଲ କରାଯାଇଥିଲା । ଗୁରୁବାର(ଆଜି) ଯାହା ଉପରେ ସର୍ବୋଚ୍ଚ କୋର୍ଟ ଶୁଣାଣି କରି ରଥଯାତ୍ରା ଉପରେ ରୋକ ଲଗାଇଥିଲେ । ଏହାସହ କୋର୍ଟ କହିଛନ୍ତି ଯେ, "ଯଦି ଆମେ ଚଳିତ ବର୍ଷ ରଥଯାତ୍ରାକୁ ଅନୁମତି ଦେବୁ, ତେବେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ । ମହାମାରୀ ସମୟରେ ଏହି ଉପାୟରେ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇପାରିବ ନାହିଁ । ”