ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ

 ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୩୬,୨୯୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୦୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭାରତ ସମେତ ସାରା ଓଡ଼ିଶାରେ କୋରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଏହି ମହାମାରୀ ଭୂତାଣୁ ଯୋଗୁଁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଚୀନର ୱୁହାନ ସହରରୁ ବ୍ୟାପି ଥିବା ଏହି ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଅନ୍ୟପକ୍ଷେ ଓଡ଼ିଶାରେ କ୍ରମାଗତ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଯାହା ରାଜ୍ୟବାସୀଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି । ଏହି କ୍ରମରେ ଆଜି(ସୋମବାର) ରାଜ୍ୟରେ ରେକର୍ଡ ସଂଖ୍ୟକ ୧,୧୧୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨୩,୦୭୩ ସଂକ୍ରମିତ ଏହି ମହାମାରୀ ଭୂତାଣୁକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଗଞ୍ଜାମରୁ ୩୫୪ ଜଣ, ଖୋର୍ଦ୍ଧାରୁ ୯୭ ଜଣ, ଗଜପତିରୁ ୮୩ ଜଣ, ଯାଜପୁରରୁ ୭୦ ଜଣ, କେନ୍ଦୁଝରରୁ ୫୭ ଜଣ, କଟକରୁ ୫୦ ଜଣ, ବୌଦ୍ଧରୁ ୪୦ ଜଣ, ନୟାଗଡରୁ ୩୭ ଜଣ, ରାୟଗଡାରୁ ୩୫ ଜଣ, ପୁରୀରୁ ୩୧ ଜଣ, ବାଲେଶ୍ୱରରୁ ୩୦ ଜଣ, ମୟୂରଭଞ୍ଜରୁ ୨୯ ଜଣ, ଭଦ୍ରକରୁ ୨୮ ଜଣ, ଜଗତସିଂପୁରରୁ ୨୭ ଜଣ, ଢେଙ୍କାନାଳରୁ ୨୪ ଜଣ, ସୁନ୍ଦରଗଡରୁ ୨୨ ଜଣ, କନ୍ଧମାଳରୁ ୧୭ ଜଣ, ବଲାଙ୍ଗୀରରୁ ୧୬ ଜଣ, ସମ୍ବଲପୁରରୁ ୧୬ ଜଣ, ମାଲକାନଗିରିରୁ ୧୫ ଜଣ, ନବରଙ୍ଗପୁରରୁ ୧୨ ଜଣ, କେନ୍ଦ୍ରାପଡାରୁ ୧୧ ଜଣ, ଅନୁଗୋଳ ଓ କୋରାପୁଟରୁ ୫-୫ ଜଣ, ବରଗଡରୁ ୪ ଜଣ, ସୋନପୁରରୁ ୩ ଜଣ  ଏବଂ ଝାରସୁଗୁଡାରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୩୬,୨୯୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୦୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି । ୨୧,୯୫୪ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୪,୦୯୫ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।