)
ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି କୋରୋନା ଭୂତାଣୁ । ପ୍ରତିଦିନ ରାଜ୍ୟରୁ ଶହ ଶହ ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ମଧ୍ୟ ରାଜ୍ୟରୁ ୨୧୮ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ କୋରୋନା ସଂକ୍ରମିତ ମାମଲା ୬,୧୮୦ରେ ପହଞ୍ଚିଛି । ଅନ୍ୟପକ୍ଷେ ଏକ ଆଶ୍ୱସ୍ତି ଖବର ମଧ୍ୟ ରହିଛି । ଆଜି ରାଜ୍ୟରେ ଆଉ ୧୩୧ କୋରୋନା ସଂକ୍ରମିତ ଏହି ମହାମାରୀ ଭାଇରସକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ଯାଏ ୪,୪୨୨ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ କରି ଜଣାଯାଇଛି ।
1 each from Baragarh, Bolangir, Jharsuguda, Keonjhar & Sundergarh
The total recovered cases of #Odisha now stand at 4422.
(2/2)— H & FW Dept Odisha (@HFWOdisha) June 26, 2020
ବର୍ତ୍ତମାନ ସୁସ୍ଥ ହୋଇଥିବା ୧୩୧ କୋରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୩ ଜଣ, ପୁରୀରୁ ୨୮ ଜଣ, ଖୋର୍ଦ୍ଧାରୁ ୨୧ ଜଣ, କନ୍ଧମାଳରୁ ୧୨ ଜଣ, ଜଗତସିଂହପୁରରୁ ୭ ଜଣ, ନବରଙ୍ଗପୁରରୁ ୬ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, ବାଲେଶ୍ୱେର ଓ କଟକରୁ ୨-୨ ଜଣ, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ଜଣେ-ଜଣେ ସାମିଲ ଅଛନ୍ତି ।