ଭଲ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୨୦୩ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୨୦୩ କୋରୋନା ସଂକ୍ରମିତ

ପ୍ରତିଦିନ କୋରୋନା ମାମଲାରେ ରେକର୍ଡ ବୃଦ୍ଧି ହେବାରେ ଲାଗିଛି । ଅନ୍ୟପକ୍ଷେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ହାରରେ ମଧ୍ୟ କ୍ରମାଗତ ସୁଧାର ଘଟିଛି ।

ଭଲ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୨୦୩ କୋରୋନା ସଂକ୍ରମିତ

ଭୁବନେଶ୍ୱର: ସମଗ୍ର ଭାରତ ସମେତ ଓଡ଼ିଶାରେ କ୍ରମାଗତ ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି କୋରୋନା ଭୂତାଣୁ । ପ୍ରତିଦିନ କୋରୋନା ମାମଲାରେ ରେକର୍ଡ ବୃଦ୍ଧି ହେବାରେ ଲାଗିଛି । ଅନ୍ୟପକ୍ଷେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ହାରରେ ମଧ୍ୟ କ୍ରମାଗତ ସୁଧାର ଘଟିଛି । ଓଡ଼ିଶାରେ ପୁଣି ଆଜି(ଶୁକ୍ରବାର) ୨୦୩ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ଯାଏ ୫,୭୦୫ କୋରୋନା ଆକ୍ରାନ୍ତ ଏହି ମହାମାରୀ ଭାଇରସକୁ ପରାସ୍ତ କରିଛନ୍ତି । ଏହାର ସୂଚନା ରାଜ୍ୟ ସ୍ୱାସ୍ଥ୍ୱ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ଜଣାଇଛି ।  

ଆଜି ସୁସ୍ଥ ହୋଇଥିବା କୋରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ୩୮ ଜଣ, ଖୋର୍ଦ୍ଧାରୁ ୩୭ ଜଣ, ଗଜପତିରୁ ୧୯ ଜଣ, କଟକରୁ ୧୮ ଜଣ, ଜଗତସିଂପୁରରୁ ୧୮ ଜଣ, ସୁନ୍ଦରଗଡ଼ରୁ ୧୨ ଜଣ, ଢେଙ୍କାନାଲରୁ ୧୦ ଜଣ, ବରଗଡ଼ରୁ ୭ ଜଣ, ମୟୂରଭଞ୍ଜରୁ ୬ ଜଣ, ରାୟଗଡାରୁ ୫ ଜଣ, ବାଲେଶ୍ୱର ଓ କନ୍ଧମାଳରୁ ୩-୩ ଜଣ, ପୁରୀରୁ ୨ ଜଣ ଏବଂ ଦେଓଗଡ଼ରୁ ଜଣେ, ଝାରସୁଗୁଡ଼ାରୁ ଜଣେ, ମାଲକାନଗିରିରୁ ଜଣେ, କେନ୍ଦୁଝରରୁ ଜଣେ ଓ ନବରଙ୍ଗପୁରରୁ ଜଣେ ସାମିଲ ଅଛନ୍ତି ।