ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୫୫ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୯୫୬ରେ ପହଞ୍ଚିଛି ।
Trending Photos
)
ଭୁବନେଶ୍ୱର: ସମଗ୍ର ଭାରତ ସମେତ ଓଡ଼ିଶାରେ ଦ୍ରୁତଗତିରେ କାୟା ବିସ୍ତାର କରି ଚାଲିଛି ବୈଶ୍ୱିକ ମହାମାରୀ କୋରୋନା ଭୂତାଣୁ । ଏହାର ପ୍ରଭାବରେ ରାଜ୍ୟରେ ପ୍ରତିଦିନ ଶହ ଶହ ସଂଖ୍ୟାରେ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହ କୋରୋନା ମାମଲାରେ ରେକର୍ଡ ପରେ ରେକର୍ଡ କରି ଚାଲିଛି ଓଡ଼ିଶା । ବିଗତ କିଛି ଦିନ ଧରି ରାଜ୍ୟରେ ପ୍ରତିଦିନ ୫ ଶହରୁ ଉର୍ଦ୍ଧ୍ୱ କୋରୋନା ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଆଜି ମଧ୍ୟ ରାଜ୍ୟରେ ରେକର୍ଡ ସଂଖ୍ୟକ କୋରୋନା ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୫୫ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୯୫୬ରେ ପହଞ୍ଚିଛି । ଅନ୍ୟପକ୍ଷେ ଏକ ଆଶ୍ୱସ୍ତିକର ଖବର ଏହା ଯେ, ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଅନୁଯାୟୀ ଆଜି(ଶୁକ୍ରବାର) ସନ୍ଧ୍ୟାରେ ପୁଣି ୫୬୫ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାପରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ସଂଖ୍ୟା ୭,୯୭୨କୁ ବୃଦ୍ଧି ପାଇଛି ।
Achieving a record high discharge of Covid positive cases for three days in a row now, we are happy to share that a record 565 Covid patients have recovered on 10.7.2020!
With this, the total recovered cases of Odisha surge to 7972!
185 from Ganjam
85 from Rayagada— H & FW Dept Odisha (@HFWOdisha) July 10, 2020
4 from Bhadrak
3 from Puri
2 each from Dhenkanal & Keonjhar
1 each from Boudh, Kandhamal & Sambalpur— H & FW Dept Odisha (@HFWOdisha) July 10, 2020
ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ୧୮୫ ଜଣ, ରାୟଗଡ଼ାରୁ ୮୫ ଜଣ, ବଲାଙ୍ଗୀରରୁ ୪୫ ଜଣ, କଟକରୁ ୩୨ ଜଣ, ମାଲକାନଗିରିରୁ ୩୦ ଜଣ, ବରଗଡ଼ରୁ ୨୩ ଜଣ, ସୁନ୍ଦରଗଡରୁ ୨୪ ଜଣ, ଅନୁଗୋଳରୁ ୨୩ ଜଣ, ଖୋର୍ଦ୍ଧାରୁ ୧୫ ଜଣ, ବାଲେଶ୍ୱର ଓ ଜଗତସିଂହପୁରରୁ ୧୭-୧୭ ଜଣ. ଯାଜପୁରରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, ଗଜପତି, ଝାରସୁଗୁଡ଼ା ଏବଂ ନବରଙ୍ଗପୁରରୁ ୮-୮ ଜଣ, ମୟୂରଭଞ୍ଜରୁ ୭ ଜଣ, ଭଦ୍ରକରୁ ୪ ଜଣ, ପୁରୀରୁ ୩ ଜଣ, ଢେଙ୍କାନାଲ ଓ କେନ୍ଦୁଝରରୁ ୨-୨ ଜଣ, ବୌଦ୍ଧ, କନ୍ଧମାଳ ଏବଂ ସମ୍ୱଲପୁରରୁ ଜଣେ ଜଣେ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ସକାଳ ସୁଦ୍ଧା ତଥ୍ୟ ଅନୁସାରେ ବର୍ତ୍ତମାନ ଯାଏ ରାଜ୍ୟରେ ମୋଟ ୧୧,୯୫୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୫୬ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୧୭ ପହଞ୍ଚିଛି । ୭,୪୦୭ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୪,୪୭୬ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।