)
ଭୁବନେଶ୍ୱର: ଓଡ଼ିଶାରେ କୋରୋନା ଭାଇରସ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ହେବାରେ ଲାଗିଛି । ଏହି ସମୟରେ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି । ରାଜ୍ୟରେ ଆଉ ୨୪ କୋରୋନା ଆକ୍ରାନ୍ତ ଏହି ମହାମାରୀ ଭୂତାଣୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଫଳରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ସଂଖ୍ୟା ୨୨୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି ।
Another 24 patients have recovered from COVID-19 and are being discharged.
19 are from Ganjam.
3 are from Jajpur
2 are from Balasore
The number of recovered cases of Odisha now stands at 220.
— H & FW Dept Odisha (@HFWOdisha) May 17, 2020
ସୂଚନାଯୋଗ୍ୟ, ସୁସ୍ଥ ହୋଇଥିବା ୨୪ କୋରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମର ୧୯, ଯାଜପୁରର ୩ ଓ ବାଲେଶ୍ୱରର ୨ ଜଣ ସାମିଲ ଅଛନ୍ତି । ଅନ୍ୟପକ୍ଷେ ଆଜି ରାଜ୍ୟରେ ୯୧ କୋରୋନା ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି । ଫଳରେ ରାଜ୍ୟରେ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି ।
ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ରାଜ୍ୟରେ ବର୍ତ୍ତମାନ ଯାଏ ୮୨୮ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଛି । ଏଥିରୁ ୬୨୮ କୋରୋନା ମାମଲା ସକ୍ରିୟ ରହିଛି । ୨୨୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ୪ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।