Trending Photos
ଭୁବନେଶ୍ୱର: ସମଗ୍ର ଭାରତ ସମେତ ଓଡ଼ିଶାରେ କୋରୋନା ଭାଇରସ କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ହଜାର ହଜାର ଲୋକ କୋରୋନା ସଂକ୍ରମିତ ହେଉଛନ୍ତି । ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖହର ହେଉଛି ଯେ ପ୍ରତିଦିନ କିଛି କିଛି କୋରୋନା ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହେଉଛନ୍ତି । ଏହି କ୍ରମରେ ଓଡ଼ିଶାରେ ଆଜି(ରବିବାର) ୫୩ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟ ବର୍ତ୍ତମାନ ଯାଏ ୫୫୦ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହାର ସୂଚନା ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ କରି ଦିଆଯାଇଛି ।
Another 53 #Covid19 patients have recovered and are being discharged.
30 are from Ganjam,
18 from Jajpur,
3 from Khordha and
2 from Keonjhar.The total recovered cases of #Odisha now stand at 550.
— H & FW Dept Odisha (@HFWOdisha) May 24, 2020
ସୂଚନାଯୋଗ୍ୟ, ଆଜି ସୁସ୍ଥ ହୋଇଥିବା ୫୩ କୋରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ୩୦, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩ ଓ କେନ୍ଦୁଝରରୁ ୨ ଜଣ ସାମିଲ ଅଛନ୍ତି । ଅନ୍ୟପକ୍ଷେ ଆଜି ସକାଳେ ରାଜ୍ୟରେ ୬୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ଫଳରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୫କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷେ ଆଜି ବର୍ତ୍ତମାନ ଯାଏ ରାଜ୍ୟରେ ୧୩୩୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୭୭୮ଟି କୋରୋନା ମାମଲା ସକ୍ରିୟ ରହିଛି । ଏହା ବ୍ୟତୀତ ରାଜ୍ୟରେ ମୋଟ ୫୫୦ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।