ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪,୩୯୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି...
Trending Photos
ଭୁବନେଶ୍ୱର: ରାଜ୍ୟରେ କୋରୋନା ଭୂତାଣୁର ତାଣ୍ଡବଲୀଳା ଜାରି ରହିଛି । ପ୍ରତିଦିନ ରାଜ୍ୟରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଉଛି । ଅନ୍ୟପକ୍ଷେ ଏକ ଆଶ୍ୱସ୍ତିକର ଖବର ଏହା ଯେ, ରାଜ୍ୟରେ ପ୍ରତିଦିନ ସଂକ୍ରମିତଙ୍କ ସୁସ୍ଥ ହାରରେ ମଧ୍ୟ ବୃଦ୍ଧି ଘଟୁଛି । ଏହି କ୍ରମରେ ଆଜି(ଗୁରୁବାର) ରାଜ୍ୟରେ ପୁଣି ୬୪୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪,୩୯୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।
8 from Bhadrak
6 from Gajapati
5 each from Balangir & Jharsuguda
4 each from Jajpur & Sundergarh
3 each from Kendrapara & Koraput
2 from Sambalpur
1 from AngulThe total recovered cases of #Odisha now stand at 14392.
— H & FW Dept Odisha (@HFWOdisha) July 23, 2020
ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ୪୦୭ ଜଣ, ଖୋର୍ଦ୍ଧାରୁ ୪୪ ଜଣ, ବାଲେଶ୍ୱରରୁ ୩୧ ଜଣ, ମୟୂରଭଞ୍ଜରୁ ୨୮ ଜଣ, କଟକରୁ ୨୭ ଜଣ, ଜଗତସିଂହପୁରରୁ ୧୫ ଜଣ, ବରଗଡ଼ରୁ ୧୪ ଜଣ, କନ୍ଧମାଳରୁ ୧୪ ଜଣ, ଢେଙ୍କାନାଳରୁ ୧୧ ଜଣ, କେନ୍ଦୁଝରରୁ ୧୧ ଜଣ, ଭଦ୍ରକରୁ ୮ ଜଣ, ଗଜପତିରୁ ୬ ଜଣ, ବଲାଙ୍ଗୀର ଓ ଝାରସୁଗୁଡାରୁ ୫-୫ ଜଣ, ଯାଜପୁର ଓ ସୁନ୍ଦରଗଡ଼ରୁ ୪-୪ ଜଣ, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୩-୩ ଜଣ, ସମ୍ୱଲପୁରରୁ ୨ ଜଣ ଏବଂ ଅନୁଗୋଳରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨୧,୦୯୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୪ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି । ୧୩,୭୪୯ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଥିଲେ । ଏହା ବ୍ୟତୀତ ରାଜ୍ୟରେ ମୋଟ ୭,୨୦୫ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ଥିଲା ।