ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୧ କୋରୋନା ଆକ୍ରାନ୍ତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୩୪,୯୧୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୯୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୧ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର: ସାରା ଦେଶ ସମେତ ଓଡ଼ିଶାରେ କୋରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପକ୍ଷେ ଓଡ଼ିଶାରେ କ୍ରମାଗତ କୋରୋନା ସଂକ୍ରମିତଙ୍କ ସୁସ୍ଥ ହାରରେ ମଧ୍ୟ ସୁଧାର ଆସୁଛି । ଯାହା ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର । ଏହି କ୍ରମରେ ଆଜି(ରବିବାର) ରାଜ୍ୟରେ ପୁଣି ୬୮୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧,୯୫୪  ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।  

ସୂଚନାଯୋଗ୍ୟ, ଆଜି ସର୍ବାଧିକ କଟକରୁ ୯୧ ଜଣ, ଗଜପତିରୁ ୮୮ ଜଣ, କୋରାପୁଟରୁ ୬୬ ଜଣ, ଖୋର୍ଦ୍ଧାରୁ ୬୧ ଜଣ, ରାୟଗଡାରୁ ୫୭ ଜଣ, ଗଞ୍ଜାମରୁ ୪୩ ଜଣ, ସୁନ୍ଦରଗଡ଼ରୁ  ୩୨ ଜଣ, ନୟାଗଡାରୁ ୩୦ ଜଣ, ସୁବର୍ଣ୍ଣପୁରରୁ ୨୫ ଜଣ, କନ୍ଧମାଳରୁ ୨୦ ଜଣ, ଢେଙ୍କାନାଳରୁ ୧୮ ଜଣ, କେନ୍ଦୁଝରରୁ ୧୮ ଜଣ, ଭଦ୍ରକରୁ ୧୬ ଜଣ, ସମ୍ୱଲପୁରରୁ ୧୫ ଜଣ, ଜଗତସିଂହପୁରରୁ ୧୪ ଜଣ, ଯାଜପୁରରୁ ୧୪ ଜଣ, ଦେଓଗଡ଼ରୁ ୧୩ ଜଣ, ମୟୂରଭଞ୍ଜ ଓ ପୁରୀରୁ ୧୦-୧୦ ଜଣ, ଝାରସୁଗୁଡା ଓ କଳାହାଣ୍ଡିରୁ ୭-୭ ଜଣ, ବଲାଙ୍ଗୀରରୁ ୬ ଜଣ, ଅନୁଗୋଳ, ବାଲେଶ୍ୱର ଏବଂ ମାଲକାନଗିରିରୁ ୫-୫ ଜଣ, କେନ୍ଦ୍ରାପଡାରୁ ୪ ଜଣ ଏବଂ ବୌଦ୍ଧରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୩୪,୯୧୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୯୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । ୨୧,୨୭୪ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୩,୪୦୩ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।