ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୧୪ ଜଣ କନ୍ଧମାଳ ଜିଲ୍ଲାର ।
Trending Photos
)
ଭୁବନେଶ୍ୱର: ରାଜ୍ୟରେ ଆଉ ୭୩ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ୩୦୪୭ ଆକ୍ରାନ୍ତ ସୁସ୍ଥ ହେଲେଣି । ସେହିପରି ପୂର୍ବରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଫଳରେ ସମୁଦାୟ ୪୩୩୮ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ୧୨୭୭ଟି ଆକ୍ଟିଭ କେସ ରହିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
Another 73 #COVID19 patients have recovered and are being discharged on 17.6.2020.
14 from Kandhamal
11 from Keonjhar
10 from Khurdha
9 from Bhadrak
7 from Jajpur
6 from Mayurbhanj
4 from Ganjam
3 from Cuttack
(1/2)— H & FW Dept Odisha (@HFWOdisha) June 17, 2020
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୧୪ ଜଣ କନ୍ଧମାଳ ଜିଲ୍ଲାର । ସେହିପରି କେନ୍ଦୁଝରରୁ ୧୧, ଖୋର୍ଦ୍ଧାରୁ ୧୦, ଭଦ୍ରକରୁ ୯, ଯାଜପୁରରୁ ୭, ମୟୂରଭଞ୍ଜରୁ ୬, ଗଞ୍ଜାମରୁ ୪, କଟକରୁ ୩ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର, ଜଗତସିଂହପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।