ରାଜ୍ୟରେ ବର୍ତ୍ତମାନ ଯାଏ ୮୮୭ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି ।
Trending Photos
ଭୁବନେଶ୍ୱର: ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛି ମହାମାରୀ କୋରୋନା ଭୂତାଣୁ । ପ୍ରତିଦିନ ରାଜ୍ୟରେ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଅନ୍ୟପକ୍ଷେ ପ୍ରତିଦିନ ରାଜ୍ୟରେ କୋରୋନା ସଂକ୍ରମିତ ମଧ୍ୟ ସୁସ୍ଥ ହେବାରେ ଲାଗିଛନ୍ତି । ଆଜି(ଗୁରୁବାର) ରାଜ୍ୟରେ ଆଉ ୭୫ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ଯାଏ ୮୮୭ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି ।
The total recovered cases of Odisha now stand at 887
— H & FW Dept Odisha (@HFWOdisha) May 28, 2020
ସୂଚନାଯୋଗ୍ୟ, ସୁସ୍ଥ ହୋଇଥିବା ୭୫ କୋରୋନା ସଂକ୍ରମିତଙ୍କ ମଧ୍ୟରୁ ଯାଜପୁରରୁ ୨୫, ଗଞ୍ଜାମରୁ ୧୯, କଟକରୁ ୯, ପୁରରୁ ୮, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩-୩, କନ୍ଧମାଳ ଓ ବଲାଙ୍ଗିରରୁ ୨-୨ ଏବଂ କେନ୍ଦୁଝର, ବୌଦ୍ଧ, ସମ୍ୱଲପୁର ଓ ଖୋର୍ଦ୍ଧାରୁ ୧-୧ ଜଣ ସାମିଲ ଅଛନ୍ତି ।
ଅନ୍ୟପକ୍ଷେ ଆଜି ରାଜ୍ୟରେ ୬୭ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ଯାଏ ୧୬୬୦ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୭୬୬ ସକ୍ରିୟ କୋରୋନା ମାମଲା ରହିଛି । ଏହା ବ୍ୟତୀତ ରାଜ୍ୟରେ ୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୮୮୭ କୋରୋନା ଆକ୍ରାନ୍ତ ସୁ୍ସ୍ଥ ହୋଇଛନ୍ତି ।