ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫୬ କୋରୋନା ଆକ୍ରାନ୍ତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୩୩,୪୭୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫୬ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି କୋରୋନା ଭୂତାଣୁ । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ଅନ୍ୟପଟେ ରାଜ୍ୟରେ ପ୍ରତିଦିନ ସଂକ୍ରମିତଙ୍କ ସୁସ୍ଥ ହେବା ହାରରେ ମଧ୍ୟ ସୁଧାର ଦେଖାଦେଉଛି । ଯାହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର । ଏହି କ୍ରମରେ ଆଜି(ଶନିବାର) ରାଜ୍ୟରେ ଆଉ ୭୫୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧,୨୭୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୬୨ ଜଣ, ଗଞ୍ଜାମରୁ ୧୩୯ ଜଣ, କଟକରୁ ୭୮ ଜଣ, ସୁନ୍ଦରଗଡ଼ରୁ ୫୮ ଜଣ, ଗଜପତିରୁ ୪୯ ଜଣ, ଭଦ୍ରକରୁ ୩୩ ଜଣ, କେନ୍ଦୁଝରରୁ ୩୧ ଜଣ, ପୁରୀରୁ ୨୮ ଜଣ, ନୟାଗଡରୁ ୨୨ ଜଣ, ରାୟଗଡାରୁ ୨୦ ଜଣ, ବାଲେଶ୍ୱରରୁ ୧୯ ଜଣ, କୋରାପୁଟରୁ ୧୮ ଜଣ, ମାଲକାନଗିରିରୁ ୧୬ ଜଣ, ନବରଙ୍ଗପୁରରୁ ୧୩ ଜଣ, ସମ୍ୱଲପୁର ଓ କନ୍ଧମାଳରୁ ୧୦-୧୦ ଜଣ,  ଯାଜପୁର ଓ କେନ୍ଦ୍ରାପଡାରୁ ୯-୯ ଜଣ, ଜଗତସିଂହପୁରରୁ ୮ ଜଣ, ବରଗଡରୁ ୭ ଜଣ, ଢେଙ୍କାନାଲ ଓ ଝାରସୁଗୁଡାରପ ୬-୬ ଜଣ, ବଲାଙ୍ଗୀର ଓ କଳାହାଣ୍ଡିରୁ ୨-୨ ଜଣ ଏବଂ ଅନୁଗୋଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  

 

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୩୩,୪୭୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । ୨୦,୫୧୮ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୨,୭୩୬ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।