Advertisement
Article Detail0/zeeodisha/odisha721266
Zee OdishaOdisha Khabarଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୭୨ ସଂକ୍ରମିତ

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୭୨ ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୩୧,୮୭୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୭୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୭୨ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଦ୍ରୁତ ଗତିରେ କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାସହ ପ୍ରତିଦିନ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପକ୍ଷେ ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଏହା ଯେ, ରାଜ୍ୟରେ ପ୍ରତିଦିନ ସଂକ୍ରମିତ ସୁସ୍ଥ ହେଉଛନ୍ତି । ଏହାସହ ସୁସ୍ଥ ହାରରେ କ୍ରମାଗତ ସୁଧାର ଦେଖାଦେଉଛି । ଏହି କ୍ରମରେ ଆଜି(ଶୁକ୍ରବାର) ରାଜ୍ୟରେ ପୁଣି ୭୭୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦,୫୧୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ସର୍ବାଧିକ ୨୧୨ ଜଣ, କଟକରୁ ୧୧୬ ଜଣ, ଖୋର୍ଦ୍ଧାରୁ ୮୧ ଜଣ, କେନ୍ଦୁଝରରୁ ୬୮ ଜଣ, କୋରାପୁଟରୁ ୪୧ ଜଣ, ରାୟଗଡାରୁ ୩୧ ଜଣ, ଗଜପତିରୁ ୨୭ ଜଣ, ସୁନ୍ଦରଗଡ଼ରୁ ୨୪ ଜଣ, ଯାଜପୁରରୁ ୨୧ ଜଣ, କଳାହାଣ୍ଡିରୁ ୨୦ ଜଣ, ନବରଙ୍ଗପୁରରୁ ୧୯ ଜଣ, ମୟୂରଭଞ୍ଜରୁ ୧୮ ଜଣ, କନ୍ଧମାଳରୁ ୧୪ ଜଣ, ମାଲକାନଗିରିରୁ ୧୨ ଜଣ, ସମ୍ୱଲପୁରରୁ ୧୧ ଜଣ, ଭଦ୍ରକ, କେନ୍ଦ୍ରାପଡା ଏବଂ ପୁରୀରୁ ୧୦-୧୦ ଜଣ, ବରଗଡରୁ ୬ ଜଣ, ବଲାଙ୍ଗୀରରୁ ୫ ଜଣ, ବାଲେଶ୍ୱରରୁ ୪ ଜଣ, ବୌଦ୍ଧ, ଜଗତସିଂହପୁର ଏବଂ ଝାରସୁଗୁଡାରୁ ୩-୩ ଜଣ, ଅନୁଗୋଳ, ନୟାଗଡା ଏବଂ ସୁବର୍ଣ୍ଣପୁରରୁ ଜଣେ ଲେଖାଁଏ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୩୧,୮୭୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୭୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି । ୧୯,୭୪୬ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୧,୯୧୭ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।

About the Author