ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦୭ ସଂକ୍ରମିତ
Advertisement
Article Detail0/zeeodisha/odisha720675

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦୭ ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୩୦,୩୭୮ କୋହୋଇଛନ୍ତି । ଏଥିରୁ ୧୬୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦୭ ସଂକ୍ରମିତ

ଭୁବନେଶ୍ୱର: ସାରା ଦେଶ ସମେତ ଓଡ଼ିଶାରେ କୋରୋନା ଭୂତାଣୁର ତାଣ୍ଡବଲୀଳା ଜାରି ରହିଛି । ଦେଶରେ ପ୍ରତିଦିନ ରେକର୍ଡ ସଂଖ୍ୟାରେ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ସେହିପରି ଓଡ଼ିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂକ୍ରମିତ ମାମଲା ଚିହ୍ନଟ ହେଉଛି । ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଅନ୍ୟପକ୍ଷେ ଏକ ଆଶ୍ୱସ୍ତିକର ଖବର ଏହା ଯେ, ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହେବା ହାରରେ କ୍ରମାଗତ ସୁଧାର ଆସୁଛି । ଏହି କ୍ରମରେ ଆଜି(ଗୁରୁବାର) ରାଜ୍ୟରେ ପୁଣି ୮୦୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୯,୭୪୫ ସଂକ୍ରମିତ ଏହି ମହାମାରୀ ଭାଇରସକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଗଞ୍ଜାମରୁ ୪୩୧ ଜଣ, କଟକରୁ ୬୨ ଜଣ, ରାୟଗଡାରୁ ୪୭ ଜଣ, ଗଜପତିରୁ ୩୪ ଜଣ, କେନ୍ଦୁଝରରୁ ୨୯ ଜଣ, ସୁନ୍ଦରଗଡରୁ ୨୪ ଜଣ, ନୟାଗଡରୁ ୨୩ ଜଣ, ଯାଜପୁରରୁ ୨୧ ଜଣ, କନ୍ଧମାଳରୁ ୧୯ ଜଣ, ବାଲେଶ୍ୱର, କେନ୍ଦ୍ରାପଡା ଏବଂ ମୟୂରଭଞ୍ଜ ୧୪-୧୪ ଜଣ, ଭଦ୍ରକରୁ ୧୩ ଜଣ, ଖୋର୍ଦ୍ଧାରୁ ୧୨ ଜଣ, ବରଗଡରୁ ୧୧ ଜଣ, ମାଲକାନଗିରିରୁ ୧୦ ଜଣ, ବାଲାଙ୍ଗିର ଓ ସମ୍ୱଲପୁରରୁ ୭-୭ ଜଣ, ଝାରସୁଗୁଡାରୁ ୬ ଜଣ, ଢେଙ୍କାନାଳରୁ ୪ ଜଣ, ଅନୁଗୋଳରୁ ୩ ଜଣ  ଏବଂ କୋରାପୁଟ ଓ ପୁରୀରୁ ଜଣେ ଲେଖାଁଏ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୩୦,୩୭୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୬୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି । ୧୮,୯୩୯ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୧,୨୩୪ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।

;