• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha Khabar
  • /ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୦ ସଂକ୍ରମିତ

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୦ ସଂକ୍ରମିତ

ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୩,୩୦୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Edited ByZee Odisha Desk
Published: Jul 21, 2020, 07:27 PM IST|Updated: Jul 21, 2020, 07:33 PM IST
joinshare
ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୦ ସଂକ୍ରମିତ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ FIR ରୁଜୁ ନିର୍ଦ୍ଦେଶ

    ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ FIR ରୁଜୁ ନିର୍ଦ୍ଦେଶ

    2

    ସେପ୍ଟେମ୍ବର ୩ରୁ କେନ୍ଦୁଝରରୁ ଘରୋଇ ବସ୍ ଚଳାଚଳ ବନ୍ଦ ଚେତାବନୀ

    3

    ମାଆର ଆପ୍ରାଣ ଉଦ୍ୟମ ପରେବି ଚାଲିଗଲା ପୁଅର ଜୀବନ

    4

    Top 10 News: ପ୍ରତି ଜିଲ୍ଲାରେ ରହିବେ ଶକ୍ତି ଅପା, ଆଜି ଆସିପାରେ ଡିଜିପି ଚୟନ ରାୟ ଓ ଅନ୍ୟ ଖବର

    5

    Flood Alert: ବାଲିଆପାଳ, ଜଳେଶ୍ବର ଓ ଭୋଗରାଇର ଅନେକ ଗାଁ ପାଣି ଘେରରେ

    ଭୁବନେଶ୍ୱର: ରାଜ୍ୟରେ ବଢ଼ି ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଫଳରେ ରାଜ୍ୟରେ କୋରୋନା ସଙ୍କଟ ଦେଖାଦେଇଛି । ପ୍ରତିଦିନ ୫୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପକ୍ଷେ ଏକ ଆଶ୍ୱସ୍ତିକର ଖବର ଏହା ଯେ, ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ଲଗାତର ସୁଧାର ଆସୁଛି । ଏହି କ୍ରମରେ ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୪୦୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୩,୩୦୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

    ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ୧୩୭ ଜଣ, କଟକରୁ ୫୮ ଜଣ, ଖୋର୍ଦ୍ଧାରୁ ୪୬ ଜଣ, କୋରାପୁଟରୁ ୪୧ ଜଣ, ଯାଜପୁରରୁ ୩୭ ଜଣ, କେନ୍ଦୁଝରରୁ ୧୪ ଜଣ, କେନ୍ଦ୍ରାପଡାରୁ ୧୦ ଜଣ, ମୟୂରଭଞ୍ଜରୁ ୯ ଜଣ, ନୟାଗଡରୁ ୭ ଜଣ, ସୁନ୍ଦରଗଡରୁ ୭ ଜଣ, ବରଗଡରୁ ୫ ଜଣ, ଜଗତସିଂହପୁରରୁ ୫ ଜଣ, ସୁବର୍ଣ୍ଣପୁରରୁ ୫ ଜଣ, ଅନୁଗୋଳ, କଳାହାଣ୍ଡି ଏବଂ ପୁରୀରୁ ୪-୪ ଜଣ, ବୌଦ୍ଧରୁ ୩ ଜଣ, ଭଦ୍ରକରୁ ୨ ଜଣ ଏବଂ ରାୟଗଡା ଓ ସମ୍ୱଲପୁରରୁ ଜଣେ ଲେଖାଁଏ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

    5 from Jagatsinghpur
    5 from Sonepur
    4 each from Angul, Kalahandi & Puri
    3 from Boudh
    2 from Bhadrak
    1 each from Rayagada & Sambalpur

    The total recovered cases of #Odisha now stand at 13309.

    — H & FW Dept Odisha (@HFWOdisha) July 21, 2020

    ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧୮,୭୫୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୦୩ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି । ୧୨,୯୦୯ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୫,୭୧୫ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।

    Add Zee News as a Preferred Source
    TAGS:
    Coronavirus
    covid-19
    Odisha
    Ganjam