Advertisement
Article Detail0/zeeodisha/odisha690280
Zee OdishaOdisha Khabarମୋବାଇଲ ଟିମ ଫରେଷ୍ଟର ପ୍ରଶାନ୍ତ ବାଗଙ୍କୁ ମରଣାନ୍ତକ ଆକ୍ରମଣ

ମୋବାଇଲ ଟିମ ଫରେଷ୍ଟର ପ୍ରଶାନ୍ତ ବାଗଙ୍କୁ ମରଣାନ୍ତକ ଆକ୍ରମଣ

ଅସ୍ଥାୟୀ ୪ ବନ କର୍ମଚାରୀ ଆକ୍ରମଣ କରିଥିବା ଅଭିଯୋଗ

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଲଇକେରା ଥାନା ବାଗଡ଼ିହି ଫରେଷ୍ଟ ରେଞ୍ଜର ମୋବାଇଲ ଟିମ ଫରେଷ୍ଟର ପ୍ରଶାନ୍ତ ବାଗଙ୍କୁ ମରଣାନ୍ତକ ଆକ୍ରମଣ । ବନ ବିଭାଗରେ ଅସ୍ଥାୟୀ ଭାବେ କାମ କରୁଥିବା  ଚାରି ଜଣ ରାତ୍ରି ଜଗୁଆଳି ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରଶାନ୍ତଙ୍କ ଭାଇ ପ୍ରଦୀପ ବାଗଙ୍କ ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

ପ୍ରଦୀପଙ୍କ ଅଭିଯୋଗ ମୁତାବକ, ଗତ ୧ ତାରିଖରେ ହୋଇଥିଲା ଏହି ଆକ୍ରମଣ । ବାଗଡ଼ିହି ରେଞ୍ଜରଙ୍କ ସରକାରୀ ବାସଗୃହରେ ଅନ୍ୟ ଦୁଇଜଣ ସହଯୋଗୀଙ୍କ ସାଙ୍ଗରେ ପ୍ରଶାନ୍ତ ବାଗ ଶୋଇଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ । ବିଳମ୍ବିତ ରାତିରେ ଶିବ ମାଝୀ, ଦୀପକ କିଷାନ, ସନ୍ତୋଷ ବୁଦୁଲା ଏବଂ ମହେଦେବ ମାଝୀ ପ୍ରଥମେ କବାଟ ବାଡ଼େଇଥିଲେ ।  ତେବେ କବାଟ ଖୋଲିବାରୁ ଟାଙ୍ଗିଆ, ବେଣ୍ଟ ଓ ପଥରରେ ଆକ୍ରମଣ କରିଥିଲେ। ପ୍ରଶାନ୍ତଙ୍କ ମୁଣ୍ଡ, ଦେହ ଓ ହାତରେ ଗଭୀର ଆଘାତ ଲାଗିଛି । 

ସେପଟେ ଆକ୍ରମଣ କରିଥିବା କରିଥିବା ଏହି ଚାରି ଜଣ ଅଭିଯୁକ୍ତ ବନ ବିଭାଗରେ ଅସ୍ଥାୟୀ ଭାବରେ ଚାକିରି କରୁଥିବା ଜଣାପଡ଼ିଛି । ଦୁଇଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ଲଇକେରା ପୋଲିସ ।

Add Zee News as a Preferred Source
About the Author