)
ସମ୍ୱଲପୁର: ରାଜ୍ୟ ସାରୀ ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି ମହାମାରୀ କୋରୋନା ଭୂତାଣୁ । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଫଳରେ ଏହି ସମୟରେ କୋରୋନାକୁ ନେଇ ଲୋକଙ୍କୁ ଆହୁରି ସଚେତନତା କରିବା ଆବଶ୍ୟକ । ଏହି କ୍ରମରେ ଆଜି(ରବିବାର) ସମ୍ବଲପୁର ବିଜେଡି ତରଫରୁ ମାସ୍କ ଓ ସାବୁନ ବଣ୍ଟନ ସହ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।
ସମ୍ବଲପୁର ସହରର ତଳି ଅଞ୍ଚଳ ଦାନୀପାଲି ଠାରେ ବିଜେଡି ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋଭିଡ-19 ପାଇଁ ଅଂଚଳବାସୀଙ୍କୁ ସଚେତନ କରିବା ସହ ଲିଫ୍ଲେଟ ସାବୁନ ଓ ମାସ୍କ ପ୍ରଦାନ କରାଯାଇଥିଲା । ସମସ୍ତ କର୍ମୀଙ୍କ ସହ ଅଞ୍ଚଳବାସୀ ସାମାଜିକ ଦୂରତାକୁ ଅବଲମ୍ବନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା । ସମ୍ବଲପୁର ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ଏବଂ ପୁର୍ବତନ ଜିଲ୍ଲା ସଭାପତି ପ୍ରମୋଦ ରଥଙ୍କ ସହ ଅନେକ କର୍ମୀ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।