ଆଜି ହେଉଛି ଆଷାଢ଼ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ନିକଟରେ ଫୁଲୁରି ତେଲ ଲାଗି କରାଯାଏ ।
Trending Photos
)
ସଞ୍ଜୟ ମହାପାତ୍ର, ପୁରୀ: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଅଣସର ଘରେ ଦଇତା ଓ ପତି ମହାପାତ୍ର ସେବକମାନେ ନିଷ୍ଠାର ସହ ଚିକିତ୍ସା କରୁଛନ୍ତି । ଆଜି ହେଉଛି ପଞ୍ଚମ ଦିବସ । ମହାପ୍ରଭୁଙ୍କୁ ଗରମ ଚିକିତ୍ସା କରାଯାଉଥିବା ବେଳେ ଆଜି ମହାପ୍ରଭୁଙ୍କ ଶରୀରରେ ଫୁଲୁରି ତେଲ ଲାଗି ହେବାର ବିଧି ରହିଛି ।
ଆଜି ହେଉଛି ଆଷାଢ଼ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ନିକଟରେ ଫୁଲୁରି ତେଲ ଲାଗି କରାଯାଏ । ସ୍ନାନ ବେଦିରେ ୧୦୮କୁମ୍ଭ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ । ପାଞ୍ଚଦିନ ଧରି ମହାପ୍ରଭୁଙ୍କର ଚାଲିଥିଲା ଗରମ ଚିକିତ୍ସା । ଗତକାଲି ମଧ୍ୟାହ୍ନ ଧୂପ ପରେ ବଡ଼ ଓଡିଆ ମଠରୁ ଆସିଥିବା ଦୁଇ ମାଟିହାଣ୍ଡି ଫୁଲୁରୀ ତେଲ ଗାରଦରେ ରଖାଯାଇଥାଏ । ଏହି ଫୁଲୁରୀ ତେଲକୁ ମହାପ୍ରଭୁଙ୍କ ଶରୀରରେ ମାଲିସ କରାଯାଇଥାଏ ।
ଫଳରେ ଧିରେ ଧିରେ ସୁସ୍ଥ ହେବାରେ ଲାଗନ୍ତି ମହାପ୍ରଭୁ । ଫୁଲୁରୀ ତେଲ ଲାଗି ଗତବର୍ଷ ହେରାପଞ୍ଚମୀ ଦିନ ବଡଓଡିଆ ମଠରୁ ଛଅସେର ଖାଣ୍ଟି ରାଶିତେଲ ଆସିଥାଏ । ଗୋଟିଏ ଘଡିରେ କେତକି, ହେନା, ଜୁଇ ,ମଲ୍ଲି ଆଦି ଅନେକ ସୁଗନ୍ଧିତ ପୁଷ୍ପ ପକାଇଦିଆଯାଇ ପୋତି ଦିଆଯାଏ । ସେହି ଫୁଲୁରୀ ତେଲକୁ ଛାଙ୍କି ମହାପ୍ରଭୁଙ୍କ ଶରୀରରେ ମହୌଷଧି ଭାବେ ବ୍ୟବହାର କରାଯାଇଥାଏ ।