Advertisement
Article Detail0/zeeodisha/odisha671562
Zee OdishaOdisha Khabarବନଫୁଲ ର ଅଭିନବ ପ୍ରୟାସ : ଅସହାୟଙ୍କୁ ଅର୍ଥ ସହଯୋଗ

'ବନଫୁଲ' ର ଅଭିନବ ପ୍ରୟାସ : ଅସହାୟଙ୍କୁ ଅର୍ଥ ସହଯୋଗ

କୋରୋନା ପ୍ରକୋପରେ ଆଣ୍ଠୁ ମାଡ଼ି ପଡିଛି ସାରା ବିଶ୍ୱ 

'ବନଫୁଲ' ଦ୍ୱାରା ଅସହାୟଙ୍କୁ ସହାୟତା
'ବନଫୁଲ' ଦ୍ୱାରା ଅସହାୟଙ୍କୁ ସହାୟତା

ସୌମ୍ୟ ରଞ୍ଜନ ନାୟକ, ଭୁବନେଶ୍ୱର: କୋରୋନା ପ୍ରକୋପରେ ଆଣ୍ଠୁ ମାଡ଼ି ପଡିଛି ସାରା ବିଶ୍ୱ । ସାରା ବିଶ୍ୱରେ ଏଭଳି ସ୍ଥିତି ଜାରି ଥିବାବେଳେ ନିଜ ନିଜ ଦେଶର ସରକାର ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବାବେଳେ ଏହି ସ୍ରୋତରେ ନିଜକୁ ସାମିଲ କରୁଛନ୍ତି ଅନେକ ସ୍ୱେଚ୍ଛାସେବୀ ସଙ୍ଗଠନ । କଟକ ଜିଲ୍ଲାରେ ଅଭାବ ଅନଟନରେ ଜୀବନ ବିତାଉଥିବା କିଛି ପରିବାର ପାଖରେ ପହଞ୍ଚିଛି ସାମାଜିକ ଅନୁଷ୍ଠାନ 'ବନଫୁଲ' । 

'ବନଫୁଲ' ପକ୍ଷରୁ ରାଜ୍ୟର ଅସହାୟ, ରୋଗୀ, ଗରିବ ଓ ନିରାଶ୍ରୟ ଶ୍ରେଣୀର ମଣିଷମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରାଯାଉଛି । ବନଫୁଲର କାର୍ଯ୍ୟକର୍ତ୍ତା ଅସହାୟ ମଣିଷଙ୍କ ପାଖରେ ପହଞ୍ଚି ଏହି ଅର୍ଥ ସହାୟତା ପ୍ରଦାନ କରୁଛନ୍ତି । ନିକଟରେ ବନଫୁଲ ପକ୍ଷରୁ କଟକ ଜିଲ୍ଲା ସାଲେପୁର ଭାତପଡା ଗାଁର ପକ୍ଷାଘାତ ପୀଡିତ ସାମ୍ବାଦିକ ଓ ଶିଶୁ ସାହିତ୍ୟିକ ରମେଶ ବେହେରା, କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠ ଗାଁର ବ୍ରେନଷ୍ଟ୍ରୋକରେ ପୀଡିତ ଗରିବ ଚାଷୀ ଦଧିବାମନ ସାହୁ, ପକ୍ଷାଘାତ ରୋଗରେ ପୀଡିତ ଡାଙ୍ଗମାଳ ଗାଁର ଗିରିଧାରୀ ବେହେରା,  ରାଜନଗର ଗାଁର ଅସହାୟ ବୃଦ୍ଧ ହୃଷି ରଣା ଓ ନିରାଶ୍ରୟ ମହିଳା ରମାଲତା ଦାସଙ୍କୁ ବନଫୁଲ ପକ୍ଷରୁ ଆର୍ଥିକ ସହଯୋଗ ପ୍ରଦାନ କରାଯାଇଛି । 

 

Add Zee News as a Preferred Source

ଏଥି ସହିତ ବନଫୁଲ ସହଯୋଗ ସମିତି ପକ୍ଷରୁ ବାକଳାଙ୍ଗ, ମାନସିକ ବିକୃତି ବ୍ୟକ୍ତି ଖାଦ୍ୟ ଦେବା ସଙ୍ଗେ ସଙ୍ଗେ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଓ ସୁରକ୍ଷା ଯୋଗେଇ ଆସୁଛି, ଅନୁଷ୍ଠାନର ଏହି ମହତ କାର୍ଯ୍ୟକୁ ଲୋକେ ପ୍ରଶଂସା କରିବା ସହିତ ସହଯୋଗର ହାତ ବଢେଇଛନ୍ତି । ବନଫୁଲ'ର ନିର୍ଦ୍ଦେଶକ ପବିତ୍ର ବ୍ରହ୍ମପୁତ୍ର ନାୟକ କହିଛନ୍ତି ଏଭଳି କାର୍ଯ୍ୟ କରି ସେ ମାନସିକ ଶାନ୍ତି ପାଉଛନ୍ତି ।

About the Author