)
ଭୁବନେଶ୍ୱର: ଆସନ୍ତା ଶିକ୍ଷା ବର୍ଷଠୁ ପିଲାଙ୍କ ପାଠ୍ୟ ପୁସ୍ତକରେ ସାମିଲ ହେବ 'ବନ୍ଦେ ଉତ୍କଳ ଜନନୀ' । ଓଡ଼ିଶାର ରାଜ୍ୟ ସଙ୍ଗୀତ ଭାବେ ମାନ୍ୟତା ପାଇଥିବା ଏହି ସଙ୍ଗୀତକୁ ସ୍କୁଲ ଛୁଟି ହେବା ପୂର୍ବରୁ ଛାତ୍ରଛାତ୍ରୀ ଗାନ କରିବେ । କେବଳ ସେତିକି ନୁହେଁ, ଏହି ସଙ୍ଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଦିଆଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ସୂଚନା ଦେଇଛନ୍ତି ।
ଗତକାଲି 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଥିଲା । ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଥିରେ ମୋହର ଲଗାଇଥିଲା ରାଜ୍ୟ କ୍ୟାବିନେଟ । ବିଧାନସଭାରେ ବିଧିବଦ୍ଧ ବିଲ୍ ଆସିବା ପରେ ଏହା ରାଜ୍ୟ ସଙ୍ଗୀତ ଭାବେ କାର୍ଯ୍ୟ କରିବ । ଆଉ ଏହା ସହ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ଏହାକୁ ସାମିଲ କରାଯିବ ।
'ବନ୍ଦେ ଉତ୍କଳ ଜନନୀ' ଏହିସବୁ ମାନ୍ୟକ୍ରମ ସ୍ଥିର ହୋଇଛି...