Advertisement
Article Detail0/zeeodisha/odisha696255
Zee OdishaOdisha Khabarଦୀର୍ଘଦିନ ଧରି ରଥ ନିର୍ମାଣ କରୁଛୁ, ପ୍ରଭୁ ବିରାଜମାନ ନହେଲେ ମନ ଦୁଃଖ ହେବ

'ଦୀର୍ଘଦିନ ଧରି ରଥ ନିର୍ମାଣ କରୁଛୁ, ପ୍ରଭୁ ବିରାଜମାନ ନହେଲେ ମନ ଦୁଃଖ ହେବ'

ଦ୍ୱାରବେଢ଼ା , ଧ୍ୱଜବେତା, ସିଂହାସନ କାମରେ ଶେଷସ୍ପର୍ଶ 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ସଞ୍ଜୟ ମହାପାତ୍ର, ପୁରୀ: ଚାଲିଛି ରଥ ନିର୍ମାଣ । ତିନି ରଥରେ ଦ୍ୱାରବେଢ଼ା , ଧ୍ୱଜବେତା, ସିଂହାସନ କାମ ଆଦି କାର୍ଯ୍ୟରେ ଦିଆଯାଉଛି ଶେଷସ୍ପର୍ଶ । ସେପଟେ ମହାରଥକଳା ବି ଭଙ୍ଗା ଗଲାଣି । ଘୋଡ଼ା ସାରଥୀ ବି ଅଣାଗଲାଣି, ସେମାନଙ୍କର ମରାମତି କରାଯିବ । ଆଉ ଦିନ କେଇଟା ଭିତରେ ସମ୍ପୂର୍ଣ ହୋଇଯିବ ରଥ ନିର୍ମାଣ । ତେବେ ରଥଯାତ୍ରା ନ ହେଲେ ମନରେ ବେଶ ଦୁଃଖ ହେବ । ଏତେଦିନ ଧରି ମହାପ୍ରଭୁଙ୍କ ସେବାରେ ରହି ରଥ ନିର୍ମାଣ କରି ଯଦି ଶେଷରେ ପ୍ରଭୁ ବିରାଜମାନ ନହେବେ, ତାହେଲେ ପରିଶ୍ରମ ବ୍ୟର୍ଥ ହେବ ବୋଲି କହିଛନ୍ତି ମହାରଣା ଓ ଭୋଇ ସେବକ । 

fallback

ସେପଟେ ଯେଭଳି ଆଜ୍ଞମାଳ ଆସି ରଥ ନିର୍ମାଣ ଆରମ୍ଭ ହେଲା ସେହିଭଳି ଜୁନ ୨୨ରେ ଆଜ୍ଞମାଳ ଆସି ରଥଟଣା ଯାଇ ସିଂହଦ୍ୱାରରେ ବିରାଜମାନ ହେବ । ଆଉ ମହାପ୍ରଭୁ ଘୋଷଯାତ୍ରାରେ ବାହାରିଗଲେ ଆମେ ଆତ୍ମତୃପ୍ତି ପାଇବୁ ବୋଲି କହିଛନ୍ତି ବିଶ୍ୱକର୍ମା । ଅନ୍ୟପଟେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କର ଅଣସର ଘରେ ଚାଲିଛି ଗୁପ୍ତ ଉପଚାର ଓସ ସେବା  । ଆସନ୍ତାକାଲି ଚକାବିଜେ ଓ ଦଶମୁଳ ଲାଗି ନୀତି ହେବ ବୋଲି କହିଛନ୍ତି ଦଇତାପତି ସେବାୟତ ।

Add Zee News as a Preferred Source

fallback

କାଳିଆର ଲୀଳା ଅପରମ୍ପାର । କୋରୋନା ଗାଇଡଲାଇନକୁ ନେଇ ରଥଯାତ୍ରା ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ଶେଷରେ ଆସିଲା ଆଜ୍ଞମାଳ । ହେଲା ରଥ ନିର୍ମାଣ ଅନୁକୂଳ  । ପୁଣି ରଥ ନିର୍ମାଣ ପାଇଁ ବିଳମ୍ଭରେ ଆସିଲା ଅନୁମତି । ଗଢ଼ାହେଲା ମହାରଥଖଳା । ରଥ ନିର୍ମାଣ ପାଇଁ ଲାଗିପଡିଲେ ବିଶ୍ୱକର୍ମା ମହାରଣା, ରୂପକାର, ଚିତ୍ରକର, ଭୋଇ ସେବକ ଓ କମାର ସେବକ । ରଥର ତୁମ୍ଭରୁ କାମ ଆରମ୍ଭ ହୋଇ ଆଜି ରଥର ଖପୁରୀ ପର୍ଯ୍ୟନ୍ତ କାମ ପହଞ୍ଚିଲାଣି    । ପୁଣି ତିନି ରଥର ଦ୍ୱାରବେଢା, ସିଂହାସନ, ପ୍ରଭା କାମ ଚାଲିଥିବା ବେଳେ ରଥର ଉପର ଅଂଶର ମୁହଁ ବନ୍ଦ ହୋଇଗଲାଣି । ଖାଲି ଓଲଟ ସୁଆ ଓ କଳସ ଲାଗିଲେ ଶେଷ ହେବ ରଥ କାମ । 

ମାତ୍ର ରଥଯାତ୍ରାକୁ ନେଇ ଏବେବି ଲାଗି ରହିଛି ଅନିଶ୍ଚିତତା । ଯେଭଳି ପ୍ରତିଟି ସମୟରେ ଆଜ୍ଞମାଳ ଆସି ରଥ ନିର୍ମାଣ ପାଇଁ ଆଜ୍ଞା ଆସିବା ସହ ରଥର ଶେଷ ଆଜ୍ଞମାଳ ପହଞ୍ଚିବ ଉଭାଯାତ୍ରା ଦିନ ରଥକୁ ସିଂହଦ୍ୱାରରେ ପହଞ୍ଚାଇବା ପାଇଁ । ତାପରେ ରଥଯାତ୍ରା ହେବ କି ନାହିଁ ତାର ନିଷ୍ପତ୍ତି ସରକାରଙ୍କର । ତଥାପି ଆଶା ଓ ଭରସା ରହିଛି ମହାପ୍ରଭୁଙ୍କର ରଥ ନିଶ୍ଚୟ ଗଡ଼ିବ ବୋଲି କହିଛନ୍ତି ବରିଷ୍ଠ ରୂପକାର ସେବକ ଓ ବିଶ୍ୱକର୍ମା ମହାରଣା ।

fallback

ରଥ ନିର୍ମାଣ ପାଇଁ ଅକ୍ଷୟ ତୃତୀୟା ପୂର୍ବରୁ ନିର୍ମାଣ କରାଯାଇଥିଲା ମହାରଥଖଳା । କୋରୋନା ଗାଇଡଲାଇନ୍ସକୁ ନେଇ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ରଥଖଳାକୁ ୩୦ ମିଟର ଅଧିକ ବଡ଼ କରାଯାଇଥିଲା  । ଦୀର୍ଘ ଦେଢ଼ମାସ କାଳ ସମସ୍ତ ରଥ ନିର୍ମାଣ ସେବକଙ୍କୁ ସଙ୍ଗରୋଧ କରି ରଖାଯାଇ ରଥ ନିର୍ମାଣ କରାଯାଉଛି । ଚଳିତ ବର୍ଷ ରଥ ନିର୍ମାଣ କିଭଳି ହେବ ସେ ନେଇ ଚିନ୍ତାରେ ରହିଥିଲୁ ସମସ୍ତ ରଥ ନିର୍ମାଣ ସେବାୟତ । ହେଲେ ରଥ କାମ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ଆଜି ରଥଯାତ୍ରାର ୪ ଦିନ ପୂର୍ବରୁ ରଥକାମ ସରିବାକୁ ଯାଉଛି । 

ବିନା ଭକ୍ତରେ ଅତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା  । ହେଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା କିଭଳି କରାଯିବ ? ବିନା ଭକ୍ତରେ ନା ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ବିଜେ କରିବେ ମହାପ୍ରଭୁ । କେବଳ ସେହି ଦିବ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଭକ୍ତ ।

About the Author