ରାଜ୍ୟରେ ୩ଟି ସ୍ୱତନ୍ତ୍ର ଟ୍ରେନ ସେବା ଅଗଷ୍ଟ ୧୨ ଯାଏ ବୃଦ୍ଧି
Advertisement

ରାଜ୍ୟରେ ୩ଟି ସ୍ୱତନ୍ତ୍ର ଟ୍ରେନ ସେବା ଅଗଷ୍ଟ ୧୨ ଯାଏ ବୃଦ୍ଧି

ଏହି ଟ୍ରେନ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୋଳ, ତାଳଚେର ରୋଡ଼, ଢେଙ୍କାନାଳ ଏବଂ ନାରାଜ ମାର୍ଥାପୁର ଷ୍ଟେସନ ମାନଙ୍କରେ ରହଣି କରିବ । ଏହା ବ୍ୟତୀତ ଅନ୍ୟ ଦୁଇଟି ଅନ୍ତଃ ରାଜ୍ୟ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ନିମ୍ନ ଅନୁଯାୟୀ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି । 

ରାଜ୍ୟରେ ୩ଟି ସ୍ୱତନ୍ତ୍ର ଟ୍ରେନ ସେବା ଅଗଷ୍ଟ ୧୨ ଯାଏ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର(୦୨୮୬୧/୦୨୮୬୨) ସ୍ୱତନ୍ତ୍ର ଟ୍ରେନ ସେବାକୁ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କାଯିବାକୁ ନିଷ୍ପତ୍ତି ନିଆଯାଇଅଛି । ଏହି ଟ୍ରେନ ଅଗଷ୍ଟ ତାରିଖ ୩ରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲା ଠାରୁ ପ୍ରତିଦିନ ଭୋର ୫ଘ. ୧୦ମି.ରେ ଛାଡିବାକୁ ଥିବା ବେଳେ ଭୁବନେଶ୍ୱର ଠାରୁ ଏହା ଅପରାହ୍ନ ୨ଘ. ୧୦ମି.ରେ ଛାଡିବ ।  

ଏହି ଟ୍ରେନ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୋଳ, ତାଳଚେର ରୋଡ଼, ଢେଙ୍କାନାଳ ଏବଂ ନାରାଜ ମାର୍ଥାପୁର ଷ୍ଟେସନ ମାନଙ୍କରେ ରହଣି କରିବ । ଏହା ବ୍ୟତୀତ ଅନ୍ୟ ଦୁଇଟି ଅନ୍ତଃ ରାଜ୍ୟ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ନିମ୍ନ ଅନୁଯାୟୀ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି । 

 
ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ(୦୮୪୯୩/୦୮୪୯୪)

ଅଗଷ୍ଟ ପହିଲା ଠାରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ଭୁବନେଶ୍ୱର ଠାରୁ ସକାଳ ୬ଘ. ୩୦ମି.ରେ ଏବଂ ବଲାଙ୍ଗୀର ଠାରୁ ଅପରାହ୍ନ ୨ଘ. ୪୫ମି.ରେ ଛାଡିବ । ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ମଞ୍ଚେଶ୍ୱର, ନରାଜମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବୋଇଣ୍ଡା, ବାମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି ଏବଂ ଲୋଇସିଂହା ଷ୍ଟେସନରେ ରହଣି କରିବ । 
 
ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର (୦୮୪୪୭/୦୮୪୪୮)

ଅଗଷ୍ଟ ପହିଲା ଠାରୁ ୧୨ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପ୍ରତି ସୋମ, ବୁଧ ଓ ଶୁକ୍ରବାର ସନ୍ଧ୍ୟା ୬ଘ.୩୦ମି.ରେ ଛାଡିବାକୁ ଥିବା ବେଳେ କୋରାପୁଟ ଠାରୁ ପ୍ରତି ମଙ୍ଗଳ, ଗୁରୁ ଓ ରବିବାର ଦିନ ସନ୍ଧ୍ୟା ୫ଘ.୩୦ମି.ରେ କୋରାପୁଟ ଠାରୁ ଛାଡିବ ।    ଭୁବନେଶ୍ୱର ଓ କୋରାପୁଟ ମଧ୍ୟରେ କଟକ, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି, ଡୁଙ୍ଗୁରିପାଲି, ଲୋଇସିଂହା, ବଲାଙ୍ଗୀର, ବଡ଼ମାଳ, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡା, ଥେରୁବାଲି, ରାୟଗଡା, ଟିକିରି, ଲକ୍ଷ୍ମୀପୁର, କାକିରିଗୁମା, ବାଇଗୁଡ଼ା ଏବଂ ଦାମନଯୋଡି ଷ୍ଟେସନରେ ରହଣି କରିବ । 

* ରେଳବାଇ ରିଜର୍ଭେସନ କାଉଣ୍ଟର ଓ ଆଇଆରସିଟିସି ୱେବସାଇଟ ମାଧ୍ୟମରେ ଟିକେଟ ବୁକ କରିହେବ ।  

* କେବଳ କନଫର୍ମ ଟିକେଟ ଥିବା ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିପାରିବେ ।  

* ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଯଥା ନୂଆଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ମୁମ୍ବାଇ ଏବଂ ଭୁବନେଶ୍ୱର-ହାଇଦ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୂର୍ବ ବିଜ୍ଞପ୍ତି ଅନୁଯାଇ ଚଳାଚଳ କରିବ ।