Advertisement
Article Detail0/zeeodisha/odisha698135
Zee OdishaOdisha Khabarକୋର୍ଟଙ୍କ ରାୟ ସମସ୍ତେ ମାନିବେ ସତ, କିନ୍ତୁ ସବୁ ଦିନ ପାଇଁ ସରକାର ସନ୍ଦେହ ଘେରରେ ରହିବେ: ବିଜୟ ମହାପାତ୍ର

କୋର୍ଟଙ୍କ ରାୟ ସମସ୍ତେ ମାନିବେ ସତ, କିନ୍ତୁ ସବୁ ଦିନ ପାଇଁ ସରକାର ସନ୍ଦେହ ଘେରରେ ରହିବେ: ବିଜୟ ମହାପାତ୍ର

ସେହିପରି ଏବେ ଅନ୍ୟ ନୀତିକାନ୍ତି କେମିତି ହେବ ସେନେଇ ସରକାର ଆନ୍ତରିକତା ଓ ନିଷ୍ଠାର ସହ କାମ କରନ୍ତୁ ବୋଲି କହିଛନ୍ତି ବିଜୟ । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ଗତକାଲିର ଦିନଟି ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ । ଯାହା ଆଶଙ୍କା କରାଯାଉଥିଲା, ସେମିତି ହିଁ ହେଲା । ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରି ସଫଳ ହେଲେ । ସ୍ନାନଯାତ୍ରା ଠାରୁ ଆଜିଯାଏ ସବୁ କଟକଣା ଭିତରେ ନୀତିକାନ୍ତି ହୋଇଛି । ଏବେ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତେ ମାନିବେ । କିନ୍ତୁ ରାଜ୍ୟ ସରକାର ସନ୍ଦେହ ଘେରରେ ରହିଲେ । ରଥଯାତ୍ରା କରିବା ପାଇଁ ସରକାରଙ୍କ କୌଣସି ଆନ୍ତରିକତା ନଥିଲା ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । 

ଶ୍ରୀଯୁକ୍ତ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି,  ''ଆମେ କଟକଣା ଭିତରେ ରଥଯାତ୍ରା କରିବୁ ବୋଲି ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ କରାଯାଇ ପାରିଥାନ୍ତା । ୧୦ ଲକ୍ଷ ଲୋକଙ୍କ ସମାଗମ ହେବନି, ସେଭଳି ଯୁକ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲାନି । ନିଜର ଯୁକ୍ତି ସର୍ବୋଚ୍ଚ ନ୍ୟାୟାଳୟ ପାଖରେ କାହିଁକି ରଖିଲ ନାହିଁ ରାଜ୍ୟ ସରକାର ? ଏ କଥା ଆଜି ନୁହେଁ, ସବୁ ଦିନ ପାଇଁ ଉଠିବ । ପଦେ କଥା ବି କହିଲେନି । ଦାମି ଓକିଲଙ୍କୁ ରଖି ରଥଯାତ୍ରାକୁ ଏମିତି ସ୍ମରଣୀୟ କରି ରଖିବା ଠିକ ହେଲାନି । ସରକାରଙ୍କ ଜ୍ଞାତ ସାରରେ ସମସ୍ତେ ଥିଲେ । ରାଜ୍ୟ ସରକାର ସିଧା ସଳଖ ଓ ପରୋକ୍ଷରେ ଉଭୟ ବାଟରେ ପଇସା ଖର୍ଚ୍ଚ କରିଛନ୍ତି । ନିଜ ପ୍ରଶ୍ନକୁ କାହିଁକି ରଖିଲେ ନାହିଁ, ତାହା ସବୁଦିନ ଏକ କଳଙ୍କିତ ଘଟଣା ହୋଇ ରହିବ ।''

ସେହିପରି ଏବେ ଅନ୍ୟ ନୀତିକାନ୍ତି କେମିତି ହେବ ସେନେଇ ସରକାର ଆନ୍ତରିକତା ଓ ନିଷ୍ଠାର ସହ କାମ କରନ୍ତୁ ବୋଲି କହିଛନ୍ତି ବିଜୟ । ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ହେଉ । ଛତିଶା ନିଯୋଗ ଓ ଅନ୍ୟମାନଙ୍କ ସହ କଥା ହୋଇ କରିବାକୁ ସେ କହିଛନ୍ତି । 

Add Zee News as a Preferred Source
About the Author