ଅପରାଜିତାଙ୍କ ସୁରକ୍ଷାରେ ବିଜୟ
Advertisement

ଅପରାଜିତାଙ୍କ ସୁରକ୍ଷାରେ ବିଜୟ

ମୁନସିପାଲ କମିଶନର ପୋଲିସକୁ ଚିଠିରେ ନିର୍ଦ୍ଦେଶ ଦେବା ନେଇ ପ୍ରଶ୍ନ ଉଠେଇଛନ୍ତି ବିଜୟ । 

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: କୋଭିଡ୍ ନିୟମ ଉଲଂଘନ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଏଫଆଇଆର ଘଟଣା । ଭୁବନେଶ୍ୱର ସାଂସଦଙ୍କ ସୁରକ୍ଷାରେ ବାହାରିଲେ ବିଜୟ ମହାପାତ୍ର । କିଛି କାରଣ ନଥାଇ ଜାଣିଶୁଣି ଏପରି ଏଫଆଇଆର କରାଯାଇଥିବା କହିଛନ୍ତି ବିଜୟ । ଏପରିକି ବିଏମସି କମିଶନରଙ୍କ ନିର୍ଦ୍ଦେଶରେ ଏହା ହୋଇଥିବା ସେ ଅଭିଯୋଗ କରିବା ସହ ଦୃଢ଼ ନିନ୍ଦା କରିଛନ୍ତି । 

ମୁନସିପାଲ କମିଶନର ପୋଲିସକୁ ଚିଠିରେ ନିର୍ଦ୍ଦେଶ ଦେବା ନେଇ ପ୍ରଶ୍ନ ଉଠେଇଛନ୍ତି ବିଜୟ । କହିଛନ୍ତି, ମୁନସିପାଲ କମିଶନର ପୋଲିସକୁ ନିର୍ଦ୍ଦେଶ ଦେବାକୁ କିଏ ? ସବୁ ଦଳ ସରକାରଙ୍କୁ ଏ ସମୟରେ ସାହାଯ୍ୟ କରୁଛନ୍ତି । କିନ୍ତୁ ସରକାର ଶୁଣିବାକୁ ପ୍ରସ୍ତୁତ ନଥିବା ସେ କହିଛନ୍ତି । 

ବିଜୟଙ୍କ କହିବା କଥା ଏହା ଯେ, ସରକାର ଭିଆଇପି କଲଚରକୁ ଉଚ୍ଛେଦ କରିଛନ୍ତି ।  କିନ୍ତୁ ମୁନିସିପାଲ କମିଶନର ନିୟମରୁ ଉର୍ଦ୍ଧରେ । ମୁଷ୍ଟିମେୟ ଅଫିସର ରାଜନୈତିକ ଉଦ୍ଦେଶ୍ୟ ରଖି କୋଭିଡ ପରିଚାଳନା କରୁଛନ୍ତି ।  ବିମସି କମିଶନର ନିଜ ଗାଡ଼ିରେ ଏବେ ବି ନାଲିବତୀ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ବିଜୟ ମହାପାତ୍ର । 

ମୁଖ୍ୟମନ୍ତ୍ରୀ ୨୦୧୭ରୁ ନିଜ ଗାଡ଼ିରୁ ନାଲିବତୀ କାଢ଼ି ଦେଇଛନ୍ତି । କିନ୍ତୁ ମୁନସିପାଲ କମିଶନର ନାଲିବତୀ କାଢ଼ିନାହାଁନ୍ତି । ଏହା ଏକ ଦଣ୍ଡନୀୟ ଅପରାଧ । ତାଙ୍କ ଗାଡ଼ିକୁ ସିଜ କରି ରେଡ଼ ଲାଇଟ ହଟାଯାଉ । .ପୋଲିସ ନିଜ ଆଡ଼ୁ ତାଙ୍କ ନାଁରେ ଏତଲା ଦେଉ । ସରକାରଙ୍କୁ ଅନୁରୋଧ କମିଶନରଙ୍କୁ ବରଖାସ୍ତ କରାଯାଉ ବୋଲି ଦାବି କରିଛନ୍ତି ବିଜୟ ।