କ୍ୱାରେଣ୍ଟାଇନ ପରେ ଟଙ୍କା ଦିଆନଯିବା ପ୍ରସଙ୍ଗରେ ସେ କହିଛନ୍ତି ଯେ ସରକାର ଏହା ଦେବା ପାଇଁ ପ୍ରତିବଦ୍ଧ । କେବେ ଅନିୟମିତତା ହୋଇନାହିଁ କି ହେବ ନାହିଁ ।
Trending Photos
ଭୁବନେଶ୍ୱର: କ୍ୱରେଣ୍ଟାଇନରେ ଟଙ୍କା ମିଳୁ ନଥିବା ଅଭିଯୋଗ ଆଣିଥିଲା ବିଜେପି । ଯାହା ଉପରେ ନିଜ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିରୁ ପାଲଟା ଆକ୍ରମଣ କରି କହିଛନ୍ତି ଯେ କୋଭିଡ ଟେଷ୍ଟ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ କରାଯାଉଛି । ଏପରି ମନ୍ତବ୍ୟ ଭିତ୍ତିହୀନ । ବିଜେପି ପ୍ରଥମେ ଗାଇଡ ଲାଇନ ଦେଖୁ । ସେପଟେ କ୍ୱାରେଣ୍ଟାଇନ ପରେ ଟଙ୍କା ଦିଆନଯିବା ପ୍ରସଙ୍ଗରେ ସେ କହିଛନ୍ତି ଯେ ସରକାର ଏହା ଦେବା ପାଇଁ ପ୍ରତିବଦ୍ଧ । କେବେ ଅନିୟମିତତା ହୋଇନାହିଁ କି ହେବ ନାହିଁ ।
ସେ ଆହୁରି କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ସଫଳତାର ସହ ସେମାନଙ୍କ ଧାର୍ଯ୍ୟ ସମୟ ସମାପ୍ତ କରି ଫେରୁଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ୨୦୦୦ ଟଙ୍କା ଯୋଗାଇ ଦେଉଛନ୍ତି । ତେଣୁ ଏପରି ସ୍ଥିତିରେ ଆମେ ସମସ୍ତେ ମିଳିମିଶି କୋରୋନା ବିରୁଦ୍ଧ ଲଢ଼େଇ କରିବା ଆବଶ୍ୟକ । ରାଜ୍ୟର ସୁରକ୍ଷା ପାଇଁ ଓଡ଼ିଶା ସରକାର ସର୍ବୋତ୍ତମ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡ଼ିଶାର ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବିଜେଡି ରାଜ୍ୟସଭା ସାଂସଦ କହିଛନ୍ତି ।