ସେହିପରି ରଥଯାତ୍ରା ପ୍ରସଙ୍ଗରେ କଂଗ୍ରେସ ନେତା ଧରଣୀ ନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।
Trending Photos
)
ଯଯାତି ମହାନ୍ତି, ଭୁବନେଶ୍ୱର: ରଥଯାତ୍ରା ନିଷ୍ପତ୍ତି ବିଳମ୍ବ ନେଇ ସରକାରଙ୍କୁ ନିଶାନା କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ପ୍ରାୟୋଜିତ ମାମଲା କରାଇ ରଥଯାତ୍ରା ନ କରିବାକୁ ସରକାର ଚାହୁଁଥିବା ସାଧାରଣରେ ସନ୍ଦେହ ହେଉଛି । ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମନରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ବୋଲି କହିଛନ୍ତି ବିଜୟ ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଆଜି ପୁରୀ ଯାଉଛି ସେବାୟତ ପ୍ରତିନିଧି ଓ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବି । ଏଠି ଅଧିକାରୀଙ୍କ ପାଇଁ ନେତା ବିବୃତି ଦେଉଛନ୍ତି । ଏଏକ ଅଦ୍ଭୁତ ଧାରା । ଦଳର ନେତା ଆସି ମୁଷ୍ଟିମେୟ ଅଫିସରଙ୍କୁ ସୁରକ୍ଷା ଦେଉଛନ୍ତି । ସେ ଶ୍ରୀମନ୍ଦିର ହେଉ ଅବା ମାସ୍କ ଦୁର୍ନୀତି ହେଉ । ମନ୍ଦିର ପ୍ରଶାସନ ଦୁଇ ଥର ସରକାରଙ୍କୁ ଚିଠି ଲେଖିଲାଣି । କିନ୍ତୁ ସରକାର ଉତ୍ତର ଦେଇନାହାଁନ୍ତି । କେନ୍ଦ୍ର ସରକାର ମନ୍ଦିରରେ ଦର୍ଶନର କଟକଣା ହଟାଇଛନ୍ତି । ରଥଯାତ୍ରା କଲେ ସରକାରଙ୍କୁ କଟକଣା ହଟାଇବାକୁ ପଡିବ । ରଥ ଦଉଡି ୨୨୦ ଫୁଟ । ହିସାବ କଲେ ଟାଣିବାକୁ ୧୫ ଶହ ଲୋକ ଆବଶ୍ୟକ । ତେଣୁ ପୋଲିସ ଓ ସେବାୟତ ମିଶିଲେ ରଥ ଟାଣି ହେବ । କିଛିଟା ତ୍ରୁଟି ଓ ସମସ୍ୟା ହୋଇପାରେ । ଯାହା ମାର୍ଜନୀୟ । ଦ୍ଵନ୍ଦ ସରକାରଙ୍କ ପାଖରେ ଅଛି ବୋଲି କହିଛନ୍ତି ଏହି ବରିଷ୍ଠ ବିଜେପି ନେତା ।
ସେହିପରି ରଥଯାତ୍ରା ପ୍ରସଙ୍ଗରେ କଂଗ୍ରେସ ନେତା ଧରଣୀ ନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ରଥଯାତ୍ରା ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ରଥଯାତ୍ରା ହେବ । ଯଦି ହାଇକୋର୍ଟଙ୍କ ଭଳି ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ନ୍ତି, ତେବେ ସରକାରଙ୍କ ପାଇଁ ରଥଯାତ୍ରା କରିବା ଗୋଟେ ବଡ଼ ଚ୍ୟାଲେଞ୍ଚ ହେବ । ରଥଯାତ୍ରା ଭକ୍ତଙ୍କ ଆବେଗରେ ହୋଇଥାଏ । ମେସିନ ରଥ ଟାଣିବା ଅଶୋଭନୀୟ ବୋଲି ସେ କହିଛନ୍ତି ।