Advertisement
Article Detail0/zeeodisha/odisha699851
Zee OdishaOdisha Khabarରଥଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଏପରି କିଛି କହିଲେ ବିଜୟ ମହାପାତ୍ର

ରଥଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଏପରି କିଛି କହିଲେ ବିଜୟ ମହାପାତ୍ର

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ଚାହୁଁଥିଲେ ଯାତ୍ରା ନ ହେଉ । ସେମାନେ ଏବେ ଅନୁତପ୍ତ ହେଉଥିବେ । ଏହା ଜଗନ୍ନାଥଙ୍କ ଇଛା, ତେଣୁ ହେଲା । ସୁପ୍ରିମ କୋର୍ଟଙ୍କ ସମାନ ବେଞ୍ଚ ରାୟ ଶୁଣାଇଛନ୍ତି । 

ରଥଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଏପରି କିଛି କହିଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ରଥଯାତ୍ରା ଅନୁଷ୍ଠିତ ହେବାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସୁପ୍ରିମ କୋର୍ଟଙ୍କ ପାଇଁ ଶେଷରେ ରାୟ ଆସିଲା । ସନ୍ଦେହ ଉତ୍କଣ୍ଠା ସବୁ ଭକ୍ତଙ୍କ ମନରେ ଥିଲା । ଏବେ ସମୟ କମ୍ ଅଛି । ତଥାପି କୋର୍ଟକୁ ଧନ୍ୟବାଦ ଦେବାକୁ ଚାହିଁବି । କିପରି ସୁରୁଖୁରୁରେ ରଥଯାତ୍ରା ହୋଇପାରିବ ସେ ନେଇ ରାଜ୍ୟ ସରକାର ଦାୟୀ ହେବେ । ଓଡିଶା ବାହାର ରାଜ୍ୟର ଭକ୍ତଙ୍କ ଆଖିରେ କୋହ ଥିଲା । କୋର୍ଟଙ୍କ ଏପରି ରାୟ ଖୁବ୍ ସ୍ବାଗତଯୋଗ୍ୟ ।

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ଚାହୁଁଥିଲେ ଯାତ୍ରା ନ ହେଉ । ସେମାନେ ଏବେ ଅନୁତପ୍ତ ହେଉଥିବେ । ଏହା ଜଗନ୍ନାଥଙ୍କ ଇଛା, ତେଣୁ ହେଲା । ସୁପ୍ରିମ କୋର୍ଟଙ୍କ ସମାନ ବେଞ୍ଚ ରାୟ ଶୁଣାଇଛନ୍ତି । କୋର୍ଟ ବହୁତ କଟକଣା ଜାରି କରିଛନ୍ତି । ମନ୍ଦିର ପ୍ରଶାସନ, ସେବାୟତମାନେ ଏହା ପାଳନ କରି ସେବା କରିବା ଉଚିତ । ସମସ୍ତ ସ୍ବାଭିମାନ ବଞ୍ଚାଇ କିପରି ଯାତ୍ରା କରି ହେବ ଆମ ଉପରେ ନିର୍ଭର କରୁଛି ।

Add Zee News as a Preferred Source
About the Author