ପୃଥ୍ୱୀରାଜଙ୍କ ପ୍ରଶ୍ନ, କୋରୋନା ପାଇଁ ପ୍ରସ୍ତୁତ କଣ୍ଟ୍ରୋଲ ରୁମ କୁଆଡ଼େ ଗଲା ?
Advertisement
Article Detail0/zeeodisha/odisha706023

ପୃଥ୍ୱୀରାଜଙ୍କ ପ୍ରଶ୍ନ, କୋରୋନା ପାଇଁ ପ୍ରସ୍ତୁତ କଣ୍ଟ୍ରୋଲ ରୁମ କୁଆଡ଼େ ଗଲା ?

କୋରୋନା ସଂକ୍ରମଣ ଗତ ଦୁଇଦିନ ଧରି  ହୁ ହୁ ହୋଇ ବଢ଼ିବା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । 

ଫାଇଲ ଫଟୋ
ଫାଇଲ ଫଟୋ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ପ୍ରବାସୀ ଦାଦନ ଶ୍ରମିକଙ୍କୁ କର୍ମନିଯୁକ୍ତି ପ୍ରସଙ୍ଗରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିରେ ଉଦବେଗ ପ୍ରକାଶ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲା ବିଜେପି । ସରକାର ପ୍ରବାସୀ ଶ୍ରମିକଙ୍କୁ ଦେଇଥିବା କୌଣସି ବି ପ୍ରତିଶ୍ରୁତି ପାଳନ କରିନାହାଁନ୍ତି । ପ୍ରଥମେ ଶ୍ରମିକଙ୍କୁ କ୍ୱାରେଣ୍ଟଇନ ଅବଧି ସରିବା ପରେ ୨ ହଜାର ଟଙ୍କା ଦେବାକୁ କହିଥିଲେ । ହେଲେ ଦେଇନାହାଁନ୍ତି ! ଏପରିକି ସେମାନଙ୍କୁ ଏନଆରଇଜିଏସ ମାଧ୍ୟମରେ କାମ ଦେବାକୁ କେନ୍ଦ୍ର ସରକାର ବ୍ୟାପକ ଅର୍ଥ ବରାଦ କରିଥିବାବେଳେ ରାଜ୍ୟରେ ମେସିନରେ କାମ ହେଉଛି । ରାଜ୍ୟ ସରକାର ପ୍ରବାସୀ ଦାଦନଙ୍କୁ କାମ ଦେବେ କ'ଣ ମେସିନ ଦ୍ୱାରା କାମ କରୁଥିବା କହିଛି ଭାରତୀୟ ଜନତା ପାର୍ଟି । ତେଣୁ ଏ ସମ୍ପର୍କରେ ରାଜ୍ୟ ସରକାର ନିଜର ନୀତି ସ୍ପଷ୍ଟ କରିବାର ଆବଶ୍ୟକତା ଅଛି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ସେହିପରି କୋରୋନା ସଂକ୍ରମଣ ଗତ ଦୁଇଦିନ ଧରି  ହୁ ହୁ ହୋଇ ବଢ଼ିବା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କ କୋରୋନା ମୁକବିଲାର ଆନ୍ତରିକତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ପ୍ରଥମେ କୋରୋନା ସଂକ୍ରମଣ ଆରମ୍ଭ ବେଳେ ୯ ଜଣ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ସଂକ୍ରମଣ ବଢ଼ିବା ବେଳେ ସେମାନଙ୍କୁ ଦାୟିତ୍ୱରୁ ଅପସାରଣ କରାଗଲା । ଏପରିକି ସରକାରଙ୍କ କୋରୋନା ପାଇଁ ପ୍ରସ୍ତୁତ କଣ୍ଟ୍ରୋଲ ରୁମର ଏବେ ଚିହ୍ନବର୍ଣ୍ଣ ନାହିଁ । ଏପରିକି କଣ୍ଟ୍ରାକ୍ଟ ଟ୍ରେସିଂ ଓ ଟେଷ୍ଟିଂ ମଧ୍ୟ ବଢ଼ିପାରୁନି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ । ସରକାର ତୁରନ୍ତ ଆନ୍ତରିକତାର ସହ ଏସବୁ କାର୍ଯ୍ୟ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

ଅନ୍ୟପଟେ କୋରୋନା ସଂକ୍ରମଣ ପ୍ରସଙ୍ଗରେ ବିଜେଡି ଜବାବ ରଖିଛି । ପୂର୍ବାପେକ୍ଷା ଟେଷ୍ଟିଂ  ବଢ଼ିଛି । ଏବେ ଦୈନିକ ୬୫୦୦ରୁ ଅଧିକ ଟେଷ୍ଟ ହେଉଛି । ଏପରିକି ଭିନ୍ନ ଭିନ୍ନ ପଦ୍ଧତିରେ ଟେଷ୍ଟିଂ କରାଯାଉଛି । ଏଥିସହିତ ତୃଣମୂଳ ସ୍ତରରେ ସରଭେଲାନ୍ସକୁ ଗୁରୁତ୍ୱ ଦିଆଯାଇଛି । କୋଭିଡ ୱାର୍ଡ କମିଟି ମଧ୍ୟ କରାଯାଇ କାର୍ଯ୍ୟ କରାଯାଉଛି । ତେଣୁ କୋରୋନା ପରିଚାଳନା କ୍ଷେତ୍ରରେ ଯାହା ଆବଶ୍ୟକ ପଦକ୍ଷେପ, ତାହା ସରକାର ନେଉଥିବା କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । 

;