ଆଗାମୀ ଦିନରେ ଡ୍ରୋନ୍ ମାଧ୍ୟମରେ ବ୍ଲଡ ବ୍ୟାଙ୍କରୁ କୋଭିଡ ହସ୍ପିଟାଲକୁ ବ୍ଲଡ ନିଆଯିବ । ସେନେଇ ଯୋଜନା ରହିଥିବା କୁହାଯାଇଛି ।
Trending Photos
ଭୁବନେଶ୍ୱର: ଡ୍ରୋନ୍ ଯୋଗେ ଯାଇପାରିବ ବ୍ଲଡ୍ । ଏନେଇ ଆଜି(ଗୁରୁବାର) କ୍ୟାପିଟାଲ ହସ୍ପିଟାଲରେ ପରୀକ୍ଷଣ କରାଯାଇଥିଲା । ବ୍ଲଡ଼ ବ୍ୟାଙ୍କରୁ କିପରି ଡ୍ରୋନ୍ ମଧ୍ୟମରେ ଆବଶ୍ୟକୀୟ ଜରୁରୀ ସ୍ଥାନରେ ରକ୍ତ ପଂହଚିପାରିବ ତାର ପରୀକ୍ଷଣ କରାଯାଇଥିଲା । ଆଜି ପବନ ଗତି ହେତୁ ଏହା ସଫଳ ହୋଇପାରିନଥିଲା । ତେବେ ଏହା ୫୦ କିଲୋମିଟର ଭିତରେ ୧ ଲିଟର ପର୍ଯ୍ୟନ୍ତ ରକ୍ତ ନେଇ ଗତି କରିପାରିବ ।
ଆଗାମୀ ଦିନରେ ଡ୍ରୋନ୍ ମାଧ୍ୟମରେ ବ୍ଲଡ ବ୍ୟାଙ୍କରୁ କୋଭିଡ ହସ୍ପିଟାଲକୁ ବ୍ଲଡ ନିଆଯିବ । ସେନେଇ ଯୋଜନା ରହିଥିବା କୁହାଯାଇଛି । ଏହାସହ କ୍ୟାପିଟାଲ ହସ୍ପିଟାଲରେ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା କରାଯାଇଛି । କୋରୋନା ସମୟରେ ନିଜ ଜୀବନ ପ୍ରତି ଧ୍ୟାନ ନଦେଇ ଦିନରାତି ଲୋକଙ୍କ ସେବା କରୁଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଡ୍ରୋନ୍ ମାଧ୍ୟମରେ ପୁଷ୍ପ ବୃଷ୍ଟି କରି ସମ୍ୱର୍ଦ୍ଧନା ଦିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ହୁମାନଟେରିଆନ ଏଡ଼ ଇଣ୍ଟରନେସନଲ, ଜେନେରାଲ ଏରୋନେଟିକ୍ସ ଏବଂ CYSD ମିଳିତ ଭାବେ ଆୟୋଜନ କରିଥିଲେ ।