ଏହି ଅଞ୍ଚଳରେ ବିନା ଟ୍ରାଭେଲ ହିଷ୍ଟିରେ କୋରୋନା ରୋଗୀ ଚିହ୍ନଟ ହେବାରୁ ଅଧିକ ସଂକ୍ରମଣ ବ୍ୟାପିକ ଆଶଙ୍କା ରହିଛି । ତେଣୁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଭୁବନେଶ୍ୱରେ ପୁଣି ଜାରି ହେଲା କଣ୍ଟେନମେଣ୍ଟ ଜୋନ୍ । ଲକଡାଉନ ସମୟରେ କୋରୋନା ସଂକ୍ରମଣ ରୋକିବା ପାଇଁ କଣ୍ଟେନମେଣ୍ଟ ଜୋନା ଘୋଷଣା କରାଯାଉଥିବା ବେଳେ ଏବେ ଏକାଧିକ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଡୁମଡୁମା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ବିଏମସି ।
ଏହି ଅଞ୍ଚଳରେ ବିନା ଟ୍ରାଭେଲ ହିଷ୍ଟିରେ କୋରୋନା ରୋଗୀ ଚିହ୍ନଟ ହେବାରୁ ଅଧିକ ସଂକ୍ରମଣ ବ୍ୟାପିକ ଆଶଙ୍କା ରହିଛି । ତେଣୁ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଏନଏଚ ୫ ନିକଟ ହନୁମାନ ମନ୍ଦିରରୁ ଶନି ମନ୍ଦିର ଦେଇ ପ୍ଲଟ୍ ନମ୍ବର ୩୭୩ ଓ ୩୨୩ ପର୍ଯ୍ୟନ୍ତ ଏବଂ ଏହି ଅଞ୍ଚଳରୁ ପ୍ଲଟ୍ ନମ୍ବର ୨୬୧ ଓ ୨୫୮ ରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅଞ୍ଚଳରୁ ପଦାକୁ ବାହାରିବା କିମ୍ବା ବାହାରୁ ଭିତରକୁ ଯିବା ସମ୍ପୂର୍ଣ୍ଣ ବାରଣ କରାଯିବା ସହ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଏହାସହ ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ଦୋକାନ ବଜାର ବନ୍ଦ ରହିବ । ତେବେ ଲୋକମାନଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ବିଏମସିର ସ୍ୱତନ୍ତ୍ର ଟିମ୍ ଯୋଗାଇବେ । ଅତି ଜରୁରୀ ସେବା ପାଇଁ ୧୯୨୯ ନମ୍ବରରେ ଅଭିଯୋଗ କରିବାକୁ କୁହାଯାଇଛି ।