Advertisement
Article Detail0/zeeodisha/odisha701462
Zee OdishaOdisha Khabarଚେଇଁ ଉଠିଲା ବିଏମସି, ଯାଞ୍ଚ କଲା ବିଭିନ୍ନ ଘରୋଇ ହସ୍ପିଟାଲ

ଚେଇଁ ଉଠିଲା ବିଏମସି, ଯାଞ୍ଚ କଲା ବିଭିନ୍ନ ଘରୋଇ ହସ୍ପିଟାଲ

କୋଭିଡ ୧୯ ଗାଇଡଲାଇନ ସହ ବିଏମସି ପକ୍ଷରୁ ଜାରି ଏସଓପି ସଠିକ ଭାବେ ପାଳନ ହେଉଛି କି ନାହିଁ ସେସବୁର ତଦାରଖ କରିଛି ସ୍କ୍ବାର୍ଡ୍ । ବୌଷୟିକ ଓ ମେଡିକାଲ ବିଶେଷଜ୍ଞ ଭାବେ ଦୁଇଟି ଟିମ୍ କରି ପର୍ଯ୍ୟାୟକ୍ରମେ ବିଭିନ୍ନ ଘରୋଇ ହସ୍ପିଟାଲକୁ ଯାଞ୍ଚ କରାଯାଇଛି । 

ଚେଇଁ ଉଠିଲା ବିଏମସି, ଯାଞ୍ଚ କଲା ବିଭିନ୍ନ ଘରୋଇ ହସ୍ପିଟାଲ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଚେଇଁ ଉଠିଲା ବିଏମସି । ଭୁବନେଶ୍ବରରେ ଆଗଧାଡିର କୋରୋନା ଯୋଦ୍ଧାଙ୍କୁ କୋରୋନା ସଂକ୍ରମଣ ପରେ ଆଜି ବିଭିନ୍ନ ଘରୋଇ ହସ୍ପିଟାଲ ଯାଞ୍ଚ କରିଛି ବିଏମସି । ଏକାବେଳେ ରାଜଧାନୀ ସ୍ଥିତ ବ୍ଲୁ ହ୍ଲିଲ୍ ମଡିକାଲରୁ ୧୭ ଜଣ ହସ୍ପିଟାଲ କର୍ମଚାରୀ କୋରୋନା ସଂକ୍ରମଣ ହେବା ପରେ ଗତକାଲି ସିଲ୍ କରିଥିଲା ଭୁବନେଶ୍ୱର ମହାନଗର ନିଗମ । ଏହାପରେ ଆଜି ଭୁବନେଶ୍ୱରର ତିନୋଟି ଜୋନରେ ବିଏମସି, ବିଡିଏ ଓ ସ୍ମାର୍ଟ ସିଟି ପକ୍ଷରୁ ସ୍କ୍ବାର୍ଡ ଗଠନ କରି ହସ୍ପିଟାଲ ଗୁଡିକୁ ଯାଞ୍ଚ କରାଯାଇଛି ।

କୋଭିଡ ୧୯ ଗାଇଡଲାଇନ ସହ ବିଏମସି ପକ୍ଷରୁ ଜାରି ଏସଓପି ସଠିକ ଭାବେ ପାଳନ ହେଉଛି କି ନାହିଁ ସେସବୁର ତଦାରଖ କରିଛି ସ୍କ୍ବାର୍ଡ୍ । ବୌଷୟିକ ଓ ମେଡିକାଲ ବିଶେଷଜ୍ଞ ଭାବେ ଦୁଇଟି ଟିମ୍ କରି ପର୍ଯ୍ୟାୟକ୍ରମେ ବିଭିନ୍ନ ଘରୋଇ ହସ୍ପିଟାଲକୁ ଯାଞ୍ଚ କରାଯାଇଛି । ତେବେ ଆବଶ୍ୟକୀୟ ନିର୍ଦ୍ଦେଶନାମା ଉଂଲଘନ ହେଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Add Zee News as a Preferred Source
About the Author