)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ ୨ ମାର୍କଟ ବିଲ୍ଡିଂରେ ଖୋଲା ଥିବା ଦୋକାନ ଗୁଡିକୁ ବେଆଇନ ଦର୍ଶାଇ ବନ୍ଦ କରିବାକୁ ଆଜି ନିର୍ଦ୍ଦେଶ ଦେଇଥିଲା ବିଏମସି । ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆଜି ଆରମ୍ଭ ହୋଇଥିବା ବେଳେ କିଛି କୋହଳ ଓ କଟକଣାକୁ ନେଇ ବ୍ୟବସାୟୀ ମାନେ ଦୋକାନ ଖୋଲିଥିଲେ । ତେବେ ଖବର ପାଇ ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପୋଲିସ ସହାୟତାରେ ଚଢାଉ କରି ବନ୍ଦ କରିବାକୁ କହିଥିଲା ।
ଏହି ସମୟରେ ବ୍ୟବସାୟୀମାନେ ବିଏମସି ଅଧିକାରୀଙ୍କୁ ଘେରିବା ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଯାହାକୁ ନେଇ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ଲକଡାଉନ ଭିତରେ ଅନ୍ୟ ବଜାରରେ ସ୍ବତନ୍ତ୍ର ଏସଓପି ସହ ଦୋକାନ ବଜାର ଖୋଲୁଥିବା ବେଳେ ଏଠାରେ ନିର୍ଦ୍ଧିଷ୍ଟ ଗାଇଡଲାଇନ ସହ ଦୋକାନ ଖୋଲିବା ଅନୁମତି ଦେବାକୁ ଦାବି କରିଥିଲେ ବ୍ୟବସାୟୀ ।