Advertisement
Article Detail0/zeeodisha/odisha694796
Zee OdishaOdisha Khabarଭିଡ଼ ଏଡ଼ାଇଲା ବିଏମସି

ଭିଡ଼ ଏଡ଼ାଇଲା ବିଏମସି

ବିଏମସି, ବିଡିଏର ମିଳିତ ଏନଫୋର୍ସମେଣ୍ଟ ସ୍କାର୍ଡ ପ୍ରଥମେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିବା ସହ ଦୋକାନ ଓ ସପିଂ ମଲ୍ ଭିତରେ ଗହଳି ତଦାରଖ କରିଛି ।

ଭିଡ଼ ଏଡ଼ାଇଲା ବିଏମସି

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଭିଡ଼କୁ ଏଡାଇଲା ବିଏମସି । ରଜ ବଜାରକୁ ଦେଖି ଭୁବନେଶ୍ୱର ୟୁନିଟ ୨ ମାର୍କେଟ ବିଲ୍ଡିଂରେ ଚଢ଼ାଉ କରି ଭିଡ଼ ନିୟନ୍ତ୍ରଣ କରିଛି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । 

ବିଏମସି, ବିଡିଏର ମିଳିତ ଏନଫୋର୍ସମେଣ୍ଟ ସ୍କାର୍ଡ ପ୍ରଥମେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିବା ସହ ଦୋକାନ ଓ ସପିଂ ମଲ୍ ଭିତରେ ଗହଳି ତଦାରଖ କରିଛି । ଏହାସହ ମାସ୍କ ଓ ସାମାଜିକ ଦୂରତା ସମେତ କୋଭିଡ ୧୯ ଗାଇଡ ଲାଇନ ପାଳନ ହେଉଛି କି ନାହିଁ ଜାଞ୍ଚ କରିଛି । 

ସେହିପରି ଆଜି ରାତ୍ରିକାଳୀନ କର୍ଫୁ୍ ୩ ଘଣ୍ଟା କୋହଳ କରାଯାଇଥିବା ବେଳେ ସେ ସମୟରେ ଭିଡ଼କୁ ଦେଖି ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି ।

Add Zee News as a Preferred Source
About the Author