ବିଜେପି ଯୁବମୋର୍ଚ୍ଚ କହିଛି, ଓଡିଶାରେ ଅନଲାଇନ ପରୀକ୍ଷା ସମ୍ଭବ ନୁହେଁ । ୩ ଘଣ୍ଟା ବିଜୁଳି ରହୁନି, ଇଣ୍ଟରନେଟର ସ୍ପିଡ୍ ମଧ୍ୟ ନାହିଁ । ଶକ୍ତି ମନ୍ତ୍ରୀଙ୍କ ଘର ପାଖରେ ବି ୩ ଘଣ୍ଟା ବିଜୁଳି ରହୁନି ।
Trending Photos
)
ଚନ୍ଦନ ପାଇକରାୟ, ଭୁବନେଶ୍ୱର: ବିପିୟୁଟି ଅନଲାଇନ ପରୀକ୍ଷା ପ୍ରସଙ୍ଗ । ପରୀକ୍ଷା ନିୟମାବଳୀ ନେଇ ପ୍ରଶ୍ନ ଉଠାଇଛି ବିଜେପି ଯୁବମୋର୍ଚ୍ଚ । ବିପିୟୁଟିର ଅନେକ ପିଲା ଗାଁ ଗହଳିରେ ରହୁଛନ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ରହୁଛନ୍ତି । ତେଣୁ BPUTର ପରୀକ୍ଷା ନିୟମାବଳୀ ପାଳନ କରିବା ନିଶ୍ଚିତଭାବେ ଅସମ୍ଭବ । ବିପିୟୁଟିର ଅନଲାଇନ ପରୀକ୍ଷାକୁ ତୋଗଲାକି ଫାର୍ମାଟ କହିଛି ବିଜେପି ଯୁବମୋର୍ଚ୍ଚା ।
ବିଜେପି ଯୁବମୋର୍ଚ୍ଚ କହିଛି, ଓଡିଶାରେ ଅନଲାଇନ ପରୀକ୍ଷା ସମ୍ଭବ ନୁହେଁ । ୩ ଘଣ୍ଟା ବିଜୁଳି ରହୁନି, ଇଣ୍ଟରନେଟର ସ୍ପିଡ୍ ମଧ୍ୟ ନାହିଁ । ଶକ୍ତି ମନ୍ତ୍ରୀଙ୍କ ଘର ପାଖରେ ବି ୩ ଘଣ୍ଟା ବିଜୁଳି ରହୁନି । ପରୀକ୍ଷା କରିବାକୁ ବ୍ଲାକ ଲିଷ୍ଟଡେ ସଂସ୍ଥାକୁ ଦିଆଯାଇଛି । ଗ୍ଲୋବେରେନା ଟେକ୍ନୋଲୋଜି ନାମ ବଦାଳେଇ ନୂଆ ସଂସ୍ଥା କରିଛି କୋଏମଟେ ଏଜୁଟେକ୍ । ଏହି ସଂସ୍ଥାର ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା ପାଇଁ ତେଲେଙ୍ଗାନାରେ ୧୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । ଏହି ତ୍ରୁଟି ପୂର୍ଣ୍ଣ ପରୀକ୍ଷା ପାଇଁ ତେଲେଙ୍ଗାନା ସରକାର ଏହି ସଂସ୍ଥାକୁ ବ୍ଲାକ ଲିଷ୍ଟେଡ କରିଛନ୍ତି । ତେଣୁ ପୂର୍ବ ପରୀକ୍ଷା ଫଳ ଅନୁସାରେ ପରୀକ୍ଷା ଫଳ ପ୍ରକାଶ କରାଯାଉ ବୋଲି ଦାବି କରିଛି ବିଜେପି ଯୁବମୋର୍ଚ୍ଚ ।
ସେହିପରି ଯଦି ଅନଲାଇନରେ ପରୀୀକ୍ଷା କରାଯାଏ, ତେବେ ଆନ୍ଦୋଳନ କରିବାକୁ ଧମକ ଦିଆଯାଇଛି । ଅନଲାଇନରେ ପରୀକ୍ଷା ହେଲେ ବିଜେବି ଯୁବ ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚର ସଭାପତି ଇରାଶିଷ ଆଚାର୍ଯ୍ୟ ।