Advertisement
Article Detail0/zeeodisha/odisha686209
Zee OdishaOdisha Khabarଘରୋଇ ବସ୍ ଚାଲିବା ପ୍ରସଙ୍ଗ, ଏମିତି କହିଲେ ବିଭାଗୀୟ ମନ୍ତ୍ରୀ

ଘରୋଇ ବସ୍ ଚାଲିବା ପ୍ରସଙ୍ଗ, ଏମିତି କହିଲେ ବିଭାଗୀୟ ମନ୍ତ୍ରୀ

ଘରୋଇ ବସ ମାଲିକଙ୍କ ଦାବି ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । 

ଫାଇଲ ଫଟୋ
ଫାଇଲ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ଘରୋଇ ବସ୍ ଚାଲିବା ପ୍ରସଙ୍ଗ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଘରୋଇ ବସ୍ ମାଲିକ ସଂଘର ଦାବି ଏବେ ବିଚାରାଧୀନ ରହିଛି । ଟ୍ୟାକ୍ସ ଛାଡ଼ ଓ ଅନ୍ୟ ପ୍ରସଙ୍ଗରେ ସରକାର ଚିନ୍ତା କରୁଛନ୍ତି । ଏବେ ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିପାରିବ । ତେଣୁ ବସ୍ ଚଳାଇବାରେ ଆଉ କିଛି ଅସୁବିଧା ହେବ ନାହିଁ  ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । 

ସେହିପରି ଘରୋଇ ବସ ମାଲିକଙ୍କ ଦାବି ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । ଆସନ୍ତାକାଲି ଖୋଦ ପରିବହନ ମନ୍ତ୍ରୀ ଏକ ବୈଠକ ଡାକିଛନ୍ତି । ଅନ୍ୟପଟେ ବସ ଚଳାଚଳ ନେଇ ମାଲିକ ସଂଘର ମଧ୍ୟ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଏଥିରେ ଚୁଡ଼ାନ୍ତ ନିଷ୍ପତ୍ତି ନେଇପାରେ ସଂଘ । 

ସୂଚନାଯୋଗ୍ୟ, ପୂର୍ବରୁ କୋରୋନା ମୁକାବିଲା ପାଇଁ ମାତ୍ର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବାକୁ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରିହୋଇଥିଲା । ତେବେ ସରକାରଙ୍କ ଏପରି ନିଷ୍ପତ୍ତିକୁ ଗ୍ରହଣ କରିନଥିଲା ଘରୋଇ ବସ ମାଲିକ ସଂଘ । ପରବର୍ତ୍ତୀ ସମୟରେ ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି । ହେଲେ କୋରୋନା ମୁକାବିଲା ପାଇଁ ଅନେକ ଗାଇନଲାଇନ ମଧ୍ୟ ଜାରି ହୋଇଛି । ଅନ୍ୟପଟେ ଟ୍ୟାକ୍ସ ଛାଡ଼ ଓ ଅନ୍ୟ କିଛି ଦାବିରେ ଅଡ଼ି ବସିଛି ଘରୋଇ ବସ ମାଲିକ ସଂଘ । 

Add Zee News as a Preferred Source

ରବିବାର ଓଡ଼ିଶା ଘରୋଇ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି ଏ ସମ୍ପର୍କକରେ କହିଥିଲେ, ବିଭାଗୀୟ ମନ୍ତ୍ରୀ ବସ୍ ସଂଘ ସହ ଆଲୋଚନା କରନ୍ତୁ । ସରକାର କେବଳ ରାଜ୍ୟରେ ବସ୍ ଚଳାଚଳ ନେଇ ଆଡଭାଇଜରି ଜାରି କରିଛନ୍ତି । ହେଲେ ବିଭାଗୀୟ ମନ୍ତ୍ରୀ ଆମ ସହ ଆଲୋଚନା କରିନାହାଁନ୍ତି । ତେଣୁ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ । 

About the Author