Advertisement
Article Detail0/zeeodisha/odisha668244
Zee OdishaOdisha Khabarଚିଣ୍ଟୁବାବା ଆସିଛନ୍ତି କାଳିଆ ପାଇଁ ତୁଳସୀ ନେଇ

ଚିଣ୍ଟୁବାବା ଆସିଛନ୍ତି କାଳିଆ ପାଇଁ ତୁଳସୀ ନେଇ

ସେ ହେଉଛନ୍ତି ଭକ୍ତର ଭଗବାନ। ସବୁବେଳେ ଭକ୍ତର ଦୁଃଖ କଣିକା ଚାହିଁ ରହିଥାନ୍ତି। ଭକ୍ତ ପାଇଁ କାଳିଆର ଡୋର ବେଶ୍ ସ୍ୱତନ୍ତ୍ର 

ଚିଣ୍ଟୁବାବା ଆସିଛନ୍ତି କାଳିଆ ପାଇଁ ତୁଳସୀ ନେଇ

ସଞ୍ଜୟ ମହାପାତ୍ର, ପୁରୀ: ସେ ହେଉଛନ୍ତି ଭକ୍ତର ଭଗବାନ। ସବୁବେଳେ ଭକ୍ତର ଦୁଃଖ କଣିକା ଚାହିଁ ରହିଥାନ୍ତି। ଭକ୍ତ ପାଇଁ କାଳିଆର ଡୋର ବେଶ୍ ସ୍ୱତନ୍ତ୍ର । କୋରୋନାକୁ ନେଇ ଚାଲିଥିବା ଲକ୍ ଡାଉନ ମଧ୍ୟ କାଳିଆର ଭକ୍ତଙ୍କ ପାଇଁ ବାଧକ ସାଜିପାରିନି । ଦିନେ ତୁଳସୀ ବାବା ଫୁଲ, ତୁଳସୀ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲା ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଇଁ, ଆଜି ସୁଦୂର ଶରଣ ଶ୍ରୀକ୍ଷେତ୍ର ଢେଙ୍କାନାଳରୁ ଫୁଲ ତୁଳସୀ ଆଉ ଫଳମୂଳ ଧରି ଚିଣ୍ଟୁ ବାବା ପହଞ୍ଚିଛନ୍ତି ଶ୍ରୀକ୍ଷେତ୍ରରେ । ଆଉ ମହାପ୍ରଭୁଙ୍କ ଲାଗି ଭେଟି ଦେଇଛନ୍ତି ସେ ଆଣିଥିବା ଫୁଲ ତୁଳସୀ ଆଉ ଫଳମୂଳ । ସବୁଠାରୁ ବଡକଥା ହେଉଛି ବାଧକ ସାଜିନାହିଁ କୌଣସି କଟକଣା । ଆଉ ଫେରିଯିବା ବେଳେ ସାଙ୍ଗରେ ନେଇ ଫେରିଛନ୍ତି ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ଭୋଗ କଇ,କୋରା ଆଦି ମହାପ୍ରସାଦ ।

ଲକଡାଉନରେ ଭାରତବର୍ଷ । ଦେବାଦେବୀ ମନ୍ଦିର ଉପରେ ଲାଗିଛି କଟକଣା । କିନ୍ତୁ ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତଙ୍କର ଚାଲିଛି ଶୃଙ୍ଖଳିତ ନୀତିକ୍ରାନ୍ତି ଆଉ ସେବାପୂଜା । ଲକଡାଉନ ଯୋଗୁଁ ଅଭାବ ପଡୁଛି ଫୁଲ, ତୁଳସୀ । କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ବି ଶହେ ଦୁଇଶହ କିଲୋମିଟର ଦୂରରୁ ଭକ୍ତ ଆଣି ଦେଉଛନ୍ତି ଫୁଲ, ତୁଳସୀ ଆଉ ଫଳମୂଳ । କିଛିଦିନ ତଳେ ଭୁବନେଶ୍ବରରୁ ତୁଳସୀ ବାବା ନିଜ କାରରେ ନେଇ ଆସି ଫୁଲ, ତୁଳସୀ ଦେଇ ଯାଇଥିଲେ । 

ଆଉ ଆଜି ଜଣେ ଭକ୍ତ ପ୍ରମୋଦ ପରିଡା ଓରଫ ଚିଣ୍ଟୁ ବାବା । ସୁଦୂର ଢେଙ୍କାନାଳର ଶରଣ ଶ୍ରୀକ୍ଷେତ୍ର ଭକ୍ତକବି ଦୀନକୃଷ୍ଣ ଦାସ ସାଧନା ପିଠରୁ ଫୁଲ, ତୁଳସୀ ସହ ଫଳମୂଳ ଧରି ବାଇକ୍ ଯୋଗେ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ମହାପ୍ରଭୁଙ୍କ ଲାଗି ଫୁଲ ତୁଳସୀ ଧରି ଆସିବା ଶୁଣିବା ପରେ ଢେଙ୍କାନାଳ ଜିଲ୍ଲାପାଳ ତାଙ୍କୁ ପାସ୍ ମଧ୍ୟ କରାଇଦେଇଥିଲେ । ରଥ ଆକୃତିର ଏହି ବାଇକ୍ ଟି । ତୁଳସୀ ହୁଣ୍ଢି ବୋଲି ଲେଖାଯାଇଛି । ତୁଳସୀ, ଦୟଣା, ଫୁଲଫଳ ଆଦି ଭକ୍ତ ଯିଏ ଯାହା ପାଏ ମହାପ୍ରଭୁଙ୍କ ପାଇଁ ଏହି ହୁଣ୍ଡିରେ ପ୍ରଦାନ କରିଥାନ୍ତି । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ପହଞ୍ଚିବା ପରେ ସେବାୟତମାନେ ତାଙ୍କୁ ସ୍ୱାଗତ କରି ଚିଣ୍ଟୁବାବା ଆଣିଥିବା ଜିନିଷ ମହାପ୍ରଭୁଙ୍କ ଲାଗି ଶ୍ରୀମନ୍ଦିରକୁ ନେଇଥାନ୍ତି । ଆଉ ମହାପ୍ରଭୁଙ୍କ ପ୍ରସାଦ ଦେଇ ସସମ୍ମାନେ ଏହି ସାଧୁଙ୍କୁ ବିଦାୟ ଦେଇଥାନ୍ତି ସେବାୟତ। ଯାହାର ନିଚ୍ଛକ ଭଦାହରଣ ହେଉଛି ଏହି ଦୃଶ୍ୟ।

Add Zee News as a Preferred Source
About the Author