Advertisement
Article Detail0/zeeodisha/odisha703414
Zee OdishaOdisha Khabarବଢୁଛି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚିନ୍ତା, କାଲି ଘୋଷଣା ହୋଇପାରେ ନିଷ୍ପତ୍ତି

ବଢୁଛି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚିନ୍ତା, କାଲି ଘୋଷଣା ହୋଇପାରେ ନିଷ୍ପତ୍ତି

ପୂର୍ବ ଘୋଷଣା ମୁତାବକ ଜୁଲାଇ ପ୍ରଥମ ସପ୍ତାହରୁ ବଳକା ପରୀକ୍ଷା ହେବାକୁ ସ୍ଥିର ହୋଇଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଟକିଯାଇଛି । ସେପଟେ ସିବିଏସଇ ଓ ଆଇସିଏସଇ ପକ୍ଷରୁ ପରୀକ୍ଷା ବାତିଲ ପରେ ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବା ନ ହେବା ନେଇ ସନ୍ଦେହ ବଢିଛି । 

ବଢୁଛି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚିନ୍ତା, କାଲି ଘୋଷଣା ହୋଇପାରେ ନିଷ୍ପତ୍ତି

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବଢୁଛି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚିନ୍ତା, କାଲି ଘୋଷଣା ହୋଇପାରେ ନିଷ୍ପତ୍ତି । ବଳକା ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ପରୀକ୍ଷା ହେବ କି ନାହିଁ, ଯଦି ହେବ ତାହାଲେ କେବେ ଆଉ ଯଦି ନ ହବେ ତେବେ କିପରି ମୂଲ୍ୟାୟନ ହେବ ଏବଂ  ଫଳ ପ୍ରକାଶ ପାଇବା ତାହା ଏବେବି ସନ୍ଦେହ ଘେରରେ ରହିଛି । ଆଜି ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୌଠକ ବସିଥିଲେ ସୁଦ୍ଧା କୌଣସି ନିଷ୍ପତ୍ତି ଘୋଷଣା କରାଯାଇନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

ପୂର୍ବ ଘୋଷଣା ମୁତାବକ ଜୁଲାଇ ପ୍ରଥମ ସପ୍ତାହରୁ ବଳକା ପରୀକ୍ଷା ହେବାକୁ ସ୍ଥିର ହୋଇଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଟକିଯାଇଛି । ସେପଟେ ସିବିଏସଇ ଓ ଆଇସିଏସଇ ପକ୍ଷରୁ ପରୀକ୍ଷା ବାତିଲ ପରେ ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବା ନ ହେବା ନେଇ ସନ୍ଦେହ ବଢିଛି ।  ତେବେ ଏନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ।

Add Zee News as a Preferred Source
About the Author