Advertisement
Article Detail0/zeeodisha/odisha695106
Zee OdishaOdisha Khabarଯୁକ୍ତ ଦୁଇ ବଳକା ପରୀକ୍ଷା ଚିନ୍ତା, ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟକୁ ଡାଟା ମାଗିଲା ସିଏଚଏସଇ

ଯୁକ୍ତ ଦୁଇ ବଳକା ପରୀକ୍ଷା ଚିନ୍ତା, ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟକୁ ଡାଟା ମାଗିଲା ସିଏଚଏସଇ

 ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଏକା ସାଙ୍ଗରେ କେତେ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେଇ ପାରିବେ ତାହାର ଡାଟା ପ୍ରସ୍ତୁତ କରି ୧୮ ତାରିଖ ସୁଦ୍ଧା କାଉନସିଲକୁ ଦେବାକୁ ଚିଠି କରିଛି ସିଏଚଏସଇ । 

ଫାଇଲ ଫଟୋ
ଫାଇଲ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଯୁକ୍ତ ଦୁଇ ବଳକା ପରୀକ୍ଷା ଚିନ୍ତା। ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟକୁ ଡାଟା ମାଗିଲା ସିଏଚଏସଇ । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଏକା ସାଙ୍ଗରେ କେତେ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେଇ ପାରିବେ ତାହାର ଡାଟା ପ୍ରସ୍ତୁତ କରି ୧୮ ତାରିଖ ସୁଦ୍ଧା କାଉନସିଲକୁ ଦେବାକୁ ଚିଠି କରିଛି ସିଏଚଏସଇ । 

ଶ୍ରେଣୀଗୃହ ବ୍ୟତୀତ ରିଡିଙ୍ଗ ରୁମ, କମନ ରୁମକୁ ମଧ୍ୟ ପରୀକ୍ଷା ହଲ ଭାବେ ଗଣା ଯାଇପାରିବ । ଏପରିକି ନିଜ କଲେଜ ପରିସରରେ ଥିବା ହଷ୍ଟେଲକୁ ମଧ୍ୟ ଏଠି ପାଇଁ ବ୍ୟବହାର କରିହେବ । ଯଦି ନିଜ କେନ୍ଦ୍ରରେ ଆବଶ୍ୟକୀୟ ସ୍ଥାନ ନହୁଏ ତେବେ ନିକଟସ୍ଥ ହାଇଅର ସେକେଣ୍ଡାରୀ ସ୍କୁଲ କିମ୍ବା କଲେଜରେ ପରୀକ୍ଷା ପାଇଁ ବ୍ୟବସ୍ଥା କରିହେବ । ସମସ୍ତ ତଥ୍ୟ କାଉନସିଲ ରେ ଦାଖଲ କରିବାକୁ କୁହାଯାଇଛି । ଚଳିତବର୍ଷ ଯୁକ୍ତ ୨ର ଉଭୟ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟର ପରୀକ୍ଷା ବାକି ରହିଥିବା ବେଳେ ଏହାକୁ ସିଏଚଏସଇ କରିବାକୁ ଯୋଜନା କରୁଛି ।

Add Zee News as a Preferred Source
About the Author