Advertisement
Article Detail0/zeeodisha/odisha663700
Zee OdishaOdisha Khabarକୋରୋନା ପାଇଁ ପରିବାର ମାର୍କେଟ ବନ୍ଦ

କୋରୋନା ପାଇଁ ପରିବାର ମାର୍କେଟ ବନ୍ଦ

ସାହି ଗଳିକନ୍ଦିରେ ଠେଲାଗାଡିରେ ପରିବା ବିକ୍ରି ହେବାକୁ ନିୟମ କରାଯାଇଥିବା ବେଳେ ଚଢା ଦରରେ ବିକିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ।

କୋରୋନା ପାଇଁ ପରିବାର ମାର୍କେଟ ବନ୍ଦ

ପୁରୀ: ଜିଲ୍ଲାରେ କୋରୋନା ପଜିଟିଭ ମିଳିବା ପରେ ସତର୍କ ହୋଇପଡିଛି ଜିଲ୍ଲା ପ୍ରଶାସନ । ଅଗ୍ନିଶମ ସେବା ସହାୟତାରେ କରାଯାଉଛି ବିଶୋଧନ ସିଂଚନ ପ୍ରକ୍ରିୟା । ପୁରୀ ମେଡିକାଲ, ଏସପି ଅଫିସ, କଲେକ୍ଟରଙ୍କ ଅଫିସ ସମେତ କରୋନା ପାଇଁ ଆଇସୋଲେସନ ୱାର୍ଡ କରାଯାଇଥିବା ତିନୋଟି ମେଡିକାଲ ଗୁଡିକୁ ମଧ୍ୟ ବିଶୋଧନ ସିଂଚନ ହୋଇଛି । ସେପଟେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନ ରହୁଥିବାରୁ ସଂକ୍ରମଣକୁ ରୋକିବା ପାଇଁ ଆଜି ଠାରୁ ପୁରୀ ସହରର ପରିବା ମାର୍କେଟକୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ସମ୍ପୁର୍ଣ ଭାବେ ବନ୍ଦ କରାଗଲା  ।

ସାହି ଗଳିକନ୍ଦିରେ ଠେଲାଗାଡିରେ ପରିବା ବିକ୍ରି ହେବାକୁ ନିୟମ କରାଯାଇଥିବା ବେଳେ ଚଢା ଦରରେ ବିକିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ।

ଅନ୍ୟପକ୍ଷେ ପୁରୀ ସହରରେ କରାଯାଇଥିବା କୋଭିଡ-19 ୱାର୍ଡ ବିଶେଷକରି ଗୋପବନ୍ଧୁ ଆୟୁର୍ବେଦ ମେଡିକାଲ କଲେଜ, ଶ୍ରୀଜଗନ୍ନାଥ ମେଡିକାଲ କଲେଜ , ଆଇଡିଏଚ ହସ୍ପିଟାଲ ଆଦିରେ ସାନିଟାଇଜ ସ୍ପ୍ରେ କରାଯାଇଛି । ତା ସହ ଏସପି ଅଫିସ, କଲେକ୍ଟରଙ୍କ ଅଫିସ ସମେତ ଜିଲାର ବିଭିନ୍ନ ଥାନା, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜନଗହଳିପୁର୍ଣ ଜାଗା ସହ ବିଭିନ୍ନ ହାଟ ବଜାରରେ ସିଂଚନ କରାଯାଇ ପ୍ରତିଷେଧକ ବ୍ୟବସ୍ଥା କରାଯାଉଛି । ତା ସହ ପିପିଲର ଦାନଗହରୀ ଗାଁ , ଜୟପୁର ଶାସନ, ଜୟପୁର ଛକ ଆଦି ସଟ ଡାଉନ ରହିଥିବା ବେଳେ ସେହି ଗାଁ ଗୁଡିକୁ ଡିସଇନଫେକ୍ଟ କରିବା ପାଇଁ ସାନିଟାଇଜ କରାଯାଇଛି  । ଏହା ସହ ପୁରୀ ସମେତ ନୟାଗଡରେ ମଧ୍ୟ ଏଭଳି ଜାରୀ ରହିବା ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ସେପଟେ ପୁରୀ ମେଡିକାଲରେ ମଧ୍ୟ ସିଡିଏମଓଙ୍କ ନିର୍ଦ୍ଦେଶକ୍ରମେ ଚାରୋଟି ସ୍ପ୍ରେୟର ମେସିନରେ ସଲ୍ୟୁସନ ପକାଯାଇ ସାନିଟାଇଜ କରାଯାଉଥିବା କହିଛନ୍ତି ମେଡିକାଲ କର୍ମଚାରୀ ।

Add Zee News as a Preferred Source

ଲକ୍ ଡାଉନକୁ ନେଇ ପୁରୀର ପରିବା ମାର୍କେଟରେ ଦେଖିବାକୁ ମିଳିଥିଲା ଉଲଙ୍ଘନ । ତା ସହ ସାମାଜିକ ଦୂରତା ପାଇଁ ଅନେକ ବ୍ୟବସ୍ଥା କଲେ ସୁଦ୍ଧା ତାହା ଫେଲ ମାରିଲା । ତେଣୁ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ନେଇଛି କଠୋର ନିଷ୍ପତି  । ଆଜି ଠାରୁ ପୁରୀ ସହରରେ ଥିବା ତିନୋଟି ବଡ ପରିବା ମାର୍କେଟ ଯଥା ବଡଶଙ୍ଖ ପରିବା ମନାର୍କେଟ, ମାର୍କେଟ ଛକ ଓ ଲକ୍ଷ୍ନୀ ବଜାର ପରିବା ମାର୍କେଟ ଏପ୍ରିଲ ୧୪ ପର୍ଯ୍ୟନ୍ତ ସଂପୂର୍ଣ୍ଣ ରୁପେ ବନ୍ଦ କରାଗଲା । ଯେଉଁମାନେ ଚାହିଁବେ ସେମାନେ ସାହି ଗଳିକନ୍ଦିରେ ଠେଲାରେ ବୁଲି ବୁଲି ବିକ୍ରି କରିପାରିବେ । ପୁଣି ଚଢା ଦରରେ ବିକ୍ରି କଲେ ପୌରସଂସ୍ଥା ପକ୍ଷରୁ ସ୍କ୍ୱାର୍ଡ ସେମାନଙ୍କ ଉପରେ ନଜର ରଖିବା ପାଇଁ ହୋଇଛି ବ୍ୟବସ୍ଥା  । ପୂର୍ବରୁ ବଜାରରେ ସାମାଜିକ ଦୂରତା ପାଇଁ ପ୍ରଶାସନ ପକ୍ଷରୁ ଦେଢମିଟର ଦୂରରେ ରଙ୍ଗଦେଇ ଏକ ବକ୍ସ କଲେ ସୁଦ୍ଧା କେହି ତାହାକୁ ମାନିଲେ ନାହିଁ । ତେଣୁ ପ୍ରଶାସନ ଅତିଷ୍ଠ ହୋଇ ଆଜି ମାର୍କେଟକୁ ବନ୍ଦ କରିଛି  । କେବଳ ଗ୍ରୋସରୀ ଦୋକାନ ଓ ଔଷଧ ଦୋକାନ ଖୋଲା ରହିବ ବୋଲି କହିଛନ୍ତି ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ।

About the Author