Advertisement
Article Detail0/zeeodisha/odisha768239
Zee OdishaOdisha Khabarଆସୁଛି ତିତଲି-୨! ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା

ଆସୁଛି ତିତଲି-୨! ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା

ଲଘୁଚାପ ବର୍ଷା ଆଣିପାରେ ବିପର୍ଯ୍ୟୟ। ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳ ଓ ଦକ୍ଷିଣ ଓଡିଶାକୁ ସତର୍କ କରାଯାଇଛି।  

ଆସୁଛି ତିତଲି-୨! ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଉ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଆସନ୍ତାତକାଲି ଭୀଷଣ ହୋଇ ୨୧ ତାରିଖ ସୁଦ୍ଧା ଅବପାତର ରୂପ ନେବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ବି ରହିଛି। ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ଗୁଡିକୁ ସତର୍କ କରାଯାଇଛି। ଯଦି ଲଗାଣ ବର୍ଷା ଜାରି ରୁହେ ତେବେ ଗଞ୍ଜାମ ଓ ଗଜପତିରେ ବନ୍ୟା ପରିସ୍ଥିତି ଉପଜିବ। କିଛି ସ୍ଥାନରେ ମାଡି ଅତଡା ଖସିବାର ସମ୍ଭାବନା ରହିଛି। 

ଏହି ଲଘୁ ଚାପ ପ୍ରଭାବରେ ବାତ୍ୟା ତିତଲି ଭଳି ଉପକୂଳ ଅଞ୍ଚଳରେ କ୍ଷୟକ୍ଷତି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଗୁଡିକ ଆଗୁଆ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ସେପଟେ ସରକାର ସମସ୍ତ ବିଭାଗକୁ ଆଲର୍ଟ କରିବା ସହ ଚଳିତମାସ ଶେଷ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

Add Zee News as a Preferred Source

ଲଘୁଚାପରେ ବିଶେଷ କରି ଦକ୍ଷିଣ ଓଡିଶା ଅଧିକ ପ୍ରଭାବିତ ହେବ। ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ବର୍ଷା ପ୍ରବଳ ଛେଚିବ। ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି। ତିନି ଦିନ କାଳ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି। 

ଦକ୍ଷିଣ ଓଡିଶା ବ୍ୟତୀତ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିବ। ଲଗାଣ ବର୍ଷା ଯୋଗୁଁ କିଛି ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତ ଉପୁଜି ପାରେ। କଚା ଘର, ପାହଡ ତଳିଆ ଅଞ୍ଚଳ ପ୍ରତି ବିପଦ ଥିବା ନେଇ ପୁର୍ବାନୁମାନ କରାଯାଇଛି। ସେଥିପାଇଁ ନଦୀ ଗୁଡିକରେ ବନ୍ୟା ପରିସ୍ଥିତି, ଭୂସ୍ଖଳନ, ଜଳମଗ୍ନ ସ୍ଥିତିର ମୁକାବିଲା କରିବାକୁ ଜିଲ୍ଲାପାଳଙ୍କୁ ଏସଆରସି ଆଗୁଆ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

 

About the Author