ବ୍ୟାଙ୍କ କର୍ମଚାରୀ ଓ ପୋଲିସ ମଧ୍ୟରେ ଆଲୋଚନା, ଭିତ୍ତିଭୂମି ସଜାଡ଼ିବାକୁ ଗୁରୁତ୍ତ୍ୱ
Advertisement

ବ୍ୟାଙ୍କ କର୍ମଚାରୀ ଓ ପୋଲିସ ମଧ୍ୟରେ ଆଲୋଚନା, ଭିତ୍ତିଭୂମି ସଜାଡ଼ିବାକୁ ଗୁରୁତ୍ତ୍ୱ

ବିଳମ୍ବରେ ହେଲେ ବି ପୋଲିସରେ ଚେତା ପଶିଲା । ଟ୍ବିନ୍ ସିଟିରେ ବ୍ୟାଙ୍କ ଓ ଏଟିଏମ ଲୁଟେରାଙ୍କୁ ମାତ୍ ଦେବା ଲାଗି କମିସନରେଟ୍ ପୋଲିସ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ୍ । ଗତ କିଛି ଦିନ ତଳେ ପୋଲିସ ପାଟ୍ରୋଲିଂକୁ ଚ୍ୟାଲେଞ୍ଜ କରି ବ୍ୟସ୍ତ ବହୁଳ ପଟିଆ ଅଞ୍ଚଳରୁ ଏଟିଏମ କାଟି ୨୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ପୋଲିସ୍ କିମ

ବ୍ୟାଙ୍କ କର୍ମଚାରୀ ଓ ପୋଲିସ ମଧ୍ୟରେ ଆଲୋଚନା, ଭିତ୍ତିଭୂମି ସଜାଡ଼ିବାକୁ ଗୁରୁତ୍ତ୍ୱ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବିଳମ୍ବରେ ହେଲେ ବି ପୋଲିସରେ ଚେତା ପଶିଲା । ଟ୍ବିନ୍ ସିଟିରେ ବ୍ୟାଙ୍କ ଓ ଏଟିଏମ ଲୁଟେରାଙ୍କୁ ମାତ୍ ଦେବା ଲାଗି କମିସନରେଟ୍ ପୋଲିସ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ୍ । ଗତ କିଛି ଦିନ ତଳେ ପୋଲିସ ପାଟ୍ରୋଲିଂକୁ ଚ୍ୟାଲେଞ୍ଜ କରି ବ୍ୟସ୍ତ ବହୁଳ ପଟିଆ ଅଞ୍ଚଳରୁ ଏଟିଏମ କାଟି ୨୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ପୋଲିସ୍ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷ ଯାହାର ଟେର୍ ପାଇନଥିଲେ ।

ଏହାପରେ ଚେତିଛି ପୋଲିସ୍ । ୨୫ଟି ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ ପ୍ରତିନିଧିଙ୍କୁ ନେଇ କମିଶନରେଟ୍ ପୋଲିସ ଆଲୋଚନା ବ୍ୟାଙ୍କ ଓ ଏଟିଏମ ଲୁଟ ରୋକିବା ଓ ନିରପତ୍ତା ନେଇ ଆଲୋଚନା କରିଛି ଏହାସହ ସ୍ୱତନ୍ତ୍ର ପ୍ରସ୍ତାବ ଦେଇଛି । ଯାହାକୁ ପୋଲିସ ପ୍ରଶାସନ ସହାୟତାରେ ପାଳନ କରିବା ନେଇ ପ୍ରତିଶୃତି ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।

ବିଶେଷ କରି ସିକ୍ୟୁରିଟି ଓ ସିସିଟିଭି ଭିତ୍ତିଭୂମି କୁ ସଜାଡ଼ିବାକୁ ଗୁରୁତ୍ୱ ଦିଆଯାଇଛି । ତେବେ ବ୍ୟାଙ୍କ ଓ ଏଟିଏମ୍ ରେ ହେଉଥିବା ଡକାୟତି ଓ ଲୁଟକୁ ଗୁରୁତର ସହ ନେଇ ପୋଲିସ ସହଯୋଗରେ ମୁକାବିଲା କରିବାକୁ ଅଣ୍ଟା ଭିଡିଥିବା କହିଛନ୍ତି ବ୍ୟାଙ୍କ କର୍ତ୍ତୂପପକ୍ଷ । ସିକ୍ୟୁରିଟି ଗାର୍ଡ ସହ ସାଇରନ, ସିସିଟିଭି ଓ ଆଲାର୍ମ, ଇ- ସର୍ଭିଲାନ୍ସ ସିକ୍ୟୁରିଟି ଆଦି ବ୍ୟବସ୍ଥାର ତର୍ଜମା, ମରାମତି ଓ ସୁଦୃଢ କରିବା ନେଇ ପୋଲିସ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ସେମାନେ କହିଛନ୍ତି ।

ତେବେ ବାରମ୍ବାର ପୋଲିସ ଓ ବ୍ୟାଙ୍କ ମଧ୍ୟରେ ବୌଠକ ବସୁଛି, ତା ସତ୍ତ୍ୱେ ଚ୍ୟାଲେଞ୍ଜ ଦେଇ ବ୍ୟାଙ୍କ ଡକାୟତି ଆଉ ଏଟିଏମ ଲୁଟ୍ କରିବାରେ ସଫଳ ହେଉଛନ୍ତି ଅପରାଧୀ । ଏସବୁ ଭିତରେ ଏ ଋଣନୀତି କେତେ ଦୂର ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ ।