• ମୟୁରଭଞ୍ଜରେ ଭୁମିକମ୍ପ । ରାତି ପ୍ରାୟ ସାଢେ ୩ଟା ବେଳେ ଏହି ଭୁକମ୍ପ ଅନୁଭୂତ ହୋଇଥିବା ସୂଚନା ।
  • ଜାମିନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ॥
  • ବିଶ୍ୱରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫,୧୦,୯୪୨ରେ ପହଞ୍ଚିଲା ।
  • ସଂକ୍ରମିତଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୬,୦୫,୫୫,୬୮୬ରେ ପହଞ୍ଚିଛି ॥
  • ଭଞ୍ଜନଗର ଅଞ୍ଚଳରେ ହାତୀର ମୃତ୍ୟୁ ସୂଚନା । ଉତ୍ତର ଘୁମୁସୁର ବନଖଣ୍ଡରେ ପଡ଼ିଛି ମୃତଦେହ ॥

ସ୍କୁଲ ନ ଖୋଲିଲେ ବିଧାନସଭାରେ ବେକ କାଟିବି: ତାରା ବାହିନୀପତି

ରାଜ୍ୟ ସରକାର ଯଦି ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି ତେବେ ଗୃହରେ ବେକ କାଟି ହେବା ସହ ଆତ୍ମାହୁତି ଦେବି।

 ସ୍କୁଲ ନ ଖୋଲିଲେ ବିଧାନସଭାରେ ବେକ କାଟିବି: ତାରା ବାହିନୀପତି
ଫାଇଲ ଫଟୋ

ଭୁବେନେଶ୍ୱର: ରାଜ୍ୟରେ ପ୍ରଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ନେଇ ବିଧାନସଭାରେ ଆରମ୍ଭ ହୋଇଛି ହଟ୍ଟଗୋଳ। ସରକାରଙ୍କ ନିଷ୍ପତ୍ତିକୁ ଆଜି ବିଧାନସଭାରେ ବିରୋଧି ଦଳ ଗୁଡିକ ଜୋରାଦାର ବିରୋଧ କରିଛନ୍ତି। ସେପଟେ ରାଜ୍ୟ ସରକାର ଯଦି ସ୍କୁଲ ଖୋଲିବା ନିଷ୍ପତି ପ୍ରତ୍ୟାହାର ନ କରନ୍ତି ତେବେ ଗୃହରେ ବେକ କାଟି ହେବା ସହ ଆତ୍ମାହୁତି ଦେବି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଧମକ ଦେଇଛନ୍ତି।

ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧି। ଉଭୟ  କଂଗ୍ରେସ ଏବଂ ବିଜେପି ବିଧାୟକଙ୍କ ହଟ୍ଟୋଗଳ ପରେ ବାଚସ୍ପତି ରୁଲିଂ ଆଣିଥିଲେ। ତଥାପି ବିରୋଧି ଶାନ୍ତ ହୋଇନଥିଲେ। ପରେ ବାଧ୍ୟ ହୋଇ ଦିନ ୩ଟା ଯାଏଁ ଗୃହକୁ ମୁଲତବୀ କରାଯାଇଥିଲା। ସ୍କୁଲ ଖୋଲିବା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଯାଉ ବୋଲି କଂଗ୍ରେସ ନେତା ନରସିଂହ ମିଶ୍ର ଦାବି କରିଛନ୍ତି।

ସେପଟେ ଗୃହରେ ଆଲୋଚନା ବେଳେ ଆତ୍ମାହୁତୀ ଧମକ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ଯଦି ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନକରନ୍ତି ତେବେ ସେ ବିଧାନସଭା ଭିତରେ ନିଜ ବେକ କାଟିବା ସହ ଆତ୍ୟାହୁତୀ ଦେବେ। ହୋହାଲ୍ଲା ବେଳେ ପୋଡିୟମରେ ତାରା ନିଜ ମୁଣ୍ଡ ପିଟିବାର ବି ଦେଖିବାକୁ ମିଳିଛି।

ସ୍କୁଲ ବ୍ୟତୀତ ଗୃହରେ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଛନ୍ତି ନରସିଂହ ମିଶ୍ର। ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ, ଜଙ୍ଗଲରାଜ ଚାଲିଛି । ପୋଲିସ କିଛି କରୁନାହିଁ କି, ରାଜ୍ୟ ସରକାର ବି କିଛି କରୁନାହାଁନ୍ତି। ଜନଜୀବନ ସୁରକ୍ଷା ସରକାରଙ୍କ ଦାୟିତ୍ୱ କିନ୍ତୁ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ସେ ଅଭିଯୋଗ ଆଣିଛନ୍ତି। ସେପଟେ ସେପଟେ ପୁରୀ ହାଜତ ମୃତ୍ୟୁକୁ ନେଇ ବିଜେପି ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, IAS ଓ IPSଙ୍କୁ ସରକାର କେତେ ଦିନ ବଞ୍ଚାଇବେ। ପୁରୃୀ ଏସପି ଦଣ୍ଡିତ ହେବା ଦରକାର ବୋଲି ସେ ଦାବି କରିଛନ୍ତି।