ମନରେଗାର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ନେଇ ସେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
Trending Photos
)
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଦାଦନ ଶ୍ରମିକଙ୍କ ସ୍ଥିତିକୁ ନେଇ ଉଦବେଗ । ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଏଭଳି ଉଦବେଗ ପ୍ରକାଶ ପାଇଛି । ପ୍ରବାସୀ ଦାଦନ ଶ୍ରମିକଙ୍କ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଦାବି କଲେ କଂଗ୍ରେସ ବିଧାୟକ ତଥା ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ ସନ୍ତୋଷ ସିଂହ ସାଲୁଜା । ସେହିପରି ମନରେଗାର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ନେଇ ସେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଦାଦନ ଶ୍ରମିକ ପ୍ରବଣ ଚାରିଟି ଜିଲ୍ଲାର କୋଡିଏଟି ବ୍ଳକରେ ଦାଦନଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ପ୍ରବାସୀ ଶ୍ରମିକ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ପାଉନାହାଁନ୍ତି । ପ୍ରବାସୀ ଶ୍ରମିକମାନେ ମେ ମାସରୁ ଫେରିଲେଣି । କ୍ୱାରେଣ୍ଟାଇନ ସରିବା ପରେ ୨ ହଜାର ଟଙ୍କା ଲେଖାଏଁ ମଧ୍ୟ ପାଇଛନ୍ତି । ହେଲେ ତାଙ୍କୁ ମନରେଗାରେ କାମ ମିଳୁନଥିବା କହିଛନ୍ତି କଂଗ୍ରେସ ବିଧାୟକ ।
ସେ ଆହୁରି ମଧ୍ୟ କହିଛନ୍ତି, ମନରେଗା ତ୍ରୁଟି ପୂର୍ଣ୍ଣ ବ୍ୟବସ୍ଥାରେ ଚାଲିଛି । ଟିଏମସି ସେଣ୍ଟରରେ ବ୍ୟବସ୍ଥା ସାଂଘାତିକ। ସରପଞ୍ଚମାନେ ପ୍ରବାସୀ ଓଡ଼ିଆଙ୍କୁ ପଞ୍ଚାୟତ ସ୍ତରରେ ଖାଇବାକୁ ଦେଇଥିଲେ । ହେଲେ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଏପର୍ଯ୍ୟନ୍ତ ମିଳିନି । ଅନ୍ୟପଟେ ଧର କରଜ କରି ପ୍ରବାସୀଙ୍କୁ ଖାଇବାକୁ ଦେଇଥିବା ସରପଞ୍ଚମାନେ ଏବେ ନୟାନ୍ତ ହେଲେଣି ବୋଲି କହିଛନ୍ତି ବିଧାୟକ ସନ୍ତୋଷ ସିଂହ ସାଲୁଜା ।