ବଗଲା ଜମି ବିକ୍ରିରେ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଲା କଂଗ୍ରେସ, ସରକାରଙ୍କଠୁ ମାଗିଲା ଉତ୍ତର
Advertisement

ବଗଲା ଜମି ବିକ୍ରିରେ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଲା କଂଗ୍ରେସ, ସରକାରଙ୍କଠୁ ମାଗିଲା ଉତ୍ତର

ଜମି ବିକିବା ପାଇଁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ ।

ବଗଲା ଜମି ବିକ୍ରିରେ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଲା କଂଗ୍ରେସ, ସରକାରଙ୍କଠୁ ମାଗିଲା ଉତ୍ତର

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବଗଲା ଧର୍ମଶାଳା ଜମି ବିକ୍ରି ଏକ ସ୍କାମ ବା ଘୋଟଲା ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ଜମି ହଡପ କରିବା ପାଇଁ ହୋଇଛି ଷଡଯନ୍ତ୍ର। ପୁରୀ ପୌରପାଳିକା ୨୦୧୯ ଅକ୍ଟୋବର 5 ତାରିଖରେ ନଗର ଉନ୍ନୟନ ବିଭାଗକୁ  ଚିଠି ଲେଖିଛି ବଗଲା ଧର୍ମଶାଳାର ଜମିକୁ ପୁରୀ ରାଜସ୍ୱ ବିଭାଗକୁ ଅଭଡ଼ା ଯୋଜନା ଲାଗି  ଦିଆଯିବ । କିଭଳି ଭାବେ ଦିଆଯିବ ସେଥିଲାଗି ସର୍ତ୍ତାବଳୀ (Term Condition) ତିଆରି କରାଯିବ। ସର୍ତ୍ତାବଳୀ ତିଆରି ନକରି କେମିତି ଜମି ବିକାଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । 

ଏହି ଜମି ରାଜସ୍ୱ ବିଭାଗକୁ ଦେବାକୁ ହେଲେ ଚିଠିରେ ରାଜସ୍ୱ ବିଭାଗକୁ ଯାଇପାରିବ ନାହିଁ ଏଥି ପାଇଁ ବିଧାନସଭାର ଅନୁମତି ଦରକାର। ଜଣେ ଅଫିସର ଚିଠି ଲେଖି ନେଇପାରିବେ ନାହିଁ । ଅଭଡ଼ା ସ୍କିମକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଦାୟିତ୍ୱ କଥା କୁହାଯାଇଛି । ପୌରପାଳିକାରୁ ଜିଲା ପ୍ରଶାସନକୁ କେମିତି ଦିଆଯିବ ସେଥିପାଇଁ ସର୍ତ୍ତାବଳୀ ତିଆରି କରିବାପରେ ଏହି ଜମି ଦିଆଯିବ । ଜିଲାପାଳଙ୍କୁ ରକ୍ଷଣବେକ୍ଷଣ ପାଇଁ ଦିଆଯାଇଛି । ବିକିବା ପାଇଁ ଦିଆଯାଇନି ବୋଲି କଂଗ୍ରେସ କହିଛି । ଜମି ମାଲିକାନା ସ୍ୱତ୍ୱ ନାହିଁ କେମିତି ବିକିଲେ ଜିଲ୍ଲାପାଳ ବୋଲି ପ୍ରଶ୍ନ କରିଛି ଦଳ । 

ପୁରୀ ଲୋକ ବିସ୍ଥାପିତ ହୋଇନାହାଁନ୍ତି। ସୋସିଆଲ ଇମପ୍ୟାକ୍ଟ ଆସେସମେଣ୍ଟ କରାଯାଇଛି କି ନାହିଁ । ତାହା ସ୍ପଷ୍ଟ କରନ୍ତୁ । କିଛି ନକରି ଜମି କିଣିନେଲେ । ପୁରୀର ଶତାଧିକ ଲୋକଙ୍କୁ ଭୁଆଁ ବୁଲେଇଲେ । ଯେଉଁ ମାନେ ଜମି ବିକିଛନ୍ତି ସେମାନେ ଭୂମିହରା ନୁହଁନ୍ତି । ତାଙ୍କୁ କେମିତି ଜମି ଦେବେ । ଜମି ବାଣ୍ଟିବା ପାଇଁ ନଗର ଉନ୍ନୟନ ବିଭାଗର ସର୍ତ୍ତାବଳୀ ଦେଖେଇବା ପାଇଁ ଦାବି କଲା କଂଗ୍ରେସ । ଜିଲ୍ଲାପାଳ ଏଜେଣ୍ଟ ଭଳି କାମ କରିଛନ୍ତି ।  ଜମି ବିକିବା ପାଇଁ କିଏ ଅନୁମତି ଦେଲା । 

ସରକାର ୨୪ ଘଣ୍ଟା ଭିତରେ ଉତ୍ତର ରଖନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି କଂଗ୍ରେସ । ଅନ୍ୟପକ୍ଷରେ ରାଜସ୍ୱ ମନ୍ତ୍ରୀ ଏ ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି । ଜିଲ୍ଲାପାଳ ଏ ପ୍ରସଙ୍ଗରେ ଉତ୍ତର ରଖିଥିବାରୁ ଆଉ କିଛି କହିବାର ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । କଂଗ୍ରେସର ସାମ୍ବାଦିକ ସମ୍ମିଳନୀରେ ସତ୍ୟପ୍ରକାଶ ନାୟକଙ୍କ ସମେତ ଜ୍ଞାନଦେଵ ବେଉରା, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।